Categories: ଖେଳ

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୧୬।୩: ଖୁବ୍‌ଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟି୨୦ ଲିଗ୍‌ ଆଇପିଏଲ୍‌ ୨୦୨୪। ଏହାକୁ ନେଇ ସମସ୍ତ ଟିମ୍‌ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ହେଲେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ବଡ଼ ଝଟ୍‌କା। ଦଳର ଜଣେ ପ୍ରମୁଖ ବୋଲର୍‌ ପ୍ରାରମ୍ଭିକ ମ୍ୟାଚ୍‌ ଲାଗି ଉପଲବ୍ଧ ରହିବେ ନାହିଁ। ଅର୍ଥାତ ଦଳ ତାଙ୍କ ବିନା ମଇଦାନକୁ ଓହ୍ଲାଇବ।

ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କାର ଦ୍ରୁତ ବୋଲର୍‌ ମଥିଶା ପାଥିରାନା ଆଇପିଏଲ୍‌ର ପ୍ରାରମ୍ଭିକ ମୁକାବିଲା ଖେଳିପାରିବେ ନାହିଁ। ସେ ଅତିକମ୍‌ରେ ୪ ରୁ ୫ ସପ୍ତାହ ଲାଗି ବାହାରେ ରହିବେ। ସେ କେବେ ଦଳ ସହ ଯୋଡ଼ି ହେବେ ସେନେଇ ଶ୍ରୀଲଙ୍କା ବୋର୍ଡ ସହ ଆଲୋଚନା କରାଯିବ। ସେ ଦଳର ପ୍ରମୁଖ ବୋଲର ହୋଇଥିବାରୁ ଦଳର ଏବେ ଚିନ୍ତା ବଢ଼ିଛି।

ଷ୍ଟାର ବୋଲର ମଥିଶାଙ୍କୁ ଗତ ସପ୍ତାହରେ ବାଲାଂଦେଶ ବିପକ୍ଷ ସିରିଜ ଖେଳିବା ସମୟରେ ଆଘାତ ଲାଗିଛି। ଏହାପରେ ସେ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କୁ ସୁସ୍ଥ ହେବା ଲାଗି ୪ରୁ ୫ ସପ୍ତାହ ସମୟ ଲାଗିପାରେ। ତେବେ ତାଙ୍କ ଅନୁପସ୍ଥିତି ସିଏସ୍‌କେ ପାଇଁ ବଡ଼ ଝଟ୍‌କା ହେବ, କାରଣ ସେ ସିଏସ୍‌କେ ପାଇଁ ଡେଥ୍‌ ଓଭର୍‌ ସ୍ପେଶାଲିଷ୍ଟ ସାବ୍ୟସ୍ତ ହୋଇଥିଲେ। ଗତ ବର୍ଷ ସେ ୧୨ ମ୍ୟାଚ୍‌ରେ ୧୯ ଉଇକେଟ ନେଇ ଟାଇଟଲ ଜିତିବାରେ ପ୍ରମୁଖ ଯୋଗଦାନ ଦେଇଥିଲେ।

Share