Categories: ଖେଳ

ସ୍ପଷ୍ଟ କଲେ ସିଦ୍ଧୁ, ଟିମ୍‌ ଇଣ୍ଡିଆର ଆଗାମୀ ଅଧିନାୟକ ହେବେ ଏହି କ୍ରିକେଟର…

ନୂଆଦିଲ୍ଲୀ,୧୨।୪: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ କିଏ ହେବ? ଏହି ପ୍ରଶ୍ନ ପ୍ରତିଟି ପ୍ରଶଂସକଙ୍କ ମନରେ ରହିଛି। ଏବେ ରୋହିତ ଶର୍ମା ନିଜ ଅନ୍ତରାଷ୍ଟ୍ରୀୟ କ୍ୟାରିୟରର ଅନ୍ତିମ ପାହାଚରେ ଅଛନ୍ତି। ଏଣୁ ତାଙ୍କ ପରେ ଟିମ୍‌ ଇଣ୍ଡିଆର ନେତୃତ୍ୱ କିଏ ନେବ ତା ଉପରେ ଚର୍ଚ୍ଚା ଜାରି ରହିଛି। ଅନେକ ବରିଷ୍ଠ କ୍ରିକେଟର ଏନେଇ ଭବିଷ୍ୟବାଣୀ କରିଥିବା ବେଳେ ଏବେ ପୂର୍ବ କ୍ରିକେଟର ତଥା ଚର୍ଚ୍ଚିତ କମେଣ୍ଟେଟର୍‌ ନବଜୋତ ସିଂହ ସିଦ୍ଧୁ ଏଥିରେ ଯୋଡ଼ି ହୋଇଛନ୍ତି।

ଆଇପିଏଲ୍‌ରେ କମେଣ୍ଟ୍ରି କରୁଥିବା ସିଦ୍ଧୁ କହିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ ଇଣ୍ଡିଆର ଭବିଷ୍ୟତର ଅଧିନାୟକ ହେବେ। ରୋହିତ ଏବେ ୩୬-୩୭ ବର୍ଷର ହେଲେଣି। ତାଙ୍କ ପାଖରେ ଆଉ କିଛି ବର୍ଷ ଅଛି। ସେ ଜଣେ ପ୍ରଶଂସିତ ଅଧିନାୟକ ଏବଂ ଖେଳାଳି। କହିବାକୁ ଗଲେ ସେ ଚଳନ୍ତା sକବିତା। ଯେବେ ବି ତାଙ୍କୁ ଦେଖିଥାଏ ସମୟ ଅଟକି ଯାଇଥିବା ଭଳି ମନେ ହୁଏ। ହେଲେ ସମୟ ଆସିଛି। ତାଙ୍କ ଆଗକୁ ଦେଖିବାକୁ ହେବ। ମଇଦାନ ପ୍ରସ୍ତୁତ କରିବାକୁ ହେବ। ଯେମିତିକି କେହି ତାଙ୍କ ସ୍ଥାନ ନେବ ବୋଲି ସେ କହିଛନ୍ତି।

Share