Categories: ଖେଳ

Video: ପୁଣି ଆହତ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା?ମୁମ୍ବାଇ ଇଣ୍ଡିଆନ୍ସକୁ ନେଇ ଆସିଲା ବଡ଼ ଖବର…

ନୂଆଦିଲ୍ଲୀ,୧୫।୩: ଆଇପିଏଲ୍‌ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ନିଷ୍ପତ୍ତି ନେଇ ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇ ଦେଇଥିଲା। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପାଣ୍ଡ୍ୟା ପୁଣିଥରେ ଆହତ ହୋଇଥିବା ଯୋଗୁ ମୁମ୍ବାଇ ମ୍ୟାନେଜମେଣ୍ଟ ଚିନ୍ତାରେ ପଡ଼ିଥିବା କୁହାଯାଉଛି।

ସୋସିଆଲ ମିଡିଆରେ ପାଣ୍ଡ୍ୟା ଷ୍ଟେଚ୍‌ରରେ ଯାଉଥିବା ଏକ ଭିଡିଓ ଭାଇରାଲ ହେଉଛି। ସେଥିରୁ ତାଙ୍କୁ ଆଘାତ ଲାଗିଥିବା ଏବଂ ଫିଜିଓ ଚିକିତ୍ସା କରଯାଉଥିବା ବାରି ହେଉଛି। ଏଯାବତ ଭିଡିଓର ସତ୍ୟତା ଜଣା ପଡ଼ି ନ ଥିଲେ ହେଁ ପାଣ୍ଡ୍ୟାଙ୍କୁ ଦେଖି ଅଭ୍ୟାସ ସମୟରେ ଆହତ ହୋଇଥିବା ଲାଗୁଛି। ଏଯାବତ ଏନେଇ ଆଧିକାରୀକ ଘୋଷଣା ହୋଇନାହିଁ।

କହିବାକୁ ଗଲେ ପାଣ୍ଡ୍ୟା ଆହତ ହେବା ସାଧାରଣ କଥା ବୋଲି କୁହାଯାଏ। କାରଣ ତାଙ୍କୁ ସର୍ବଦା ଆଘାତ ଲାଗି ଆସୁଛି। ଯାହାକୁ ନେଇ ସେ ଦଳରୁ ବାଦ୍‌ ମଧ୍ୟ ପଡ଼ୁଛନ୍ତି। ନିକଟରେ ବିଶ୍ୱକପ୍‌ ୨୦୨୩ ସମୟରେ ସେ ଆହତ ହୋଇଥିଲେ। ପରେ ତାଙ୍କୁ ଟୁର୍ନାମେଣ୍ଟରୁ ବାହାର କରାଯାଇଥିଲା। ଏବେ ସେ ଫିଟ୍‌ ହୋଇଥିବା ଯୋଗୁ ମୁମ୍ବାଇର ଅଧିନାୟକ କରାଯାଇଥିଲା। ହେଲେ ପଣିଥରେ ତାଙ୍କର ଆହତ ହେବା ଖବର ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି।

Share