Categories: ଖେଳ

ପର୍ଥରେ ମାଟି କାମୁଡିଲା ଅଷ୍ଟ୍ରେଲିଆ, ୨୨ ବର୍ଷ ପରେ ଇତିହାସ ରଚିଲା ପାକିସ୍ତାନ

ପର୍ଥ,୧୦।୧୧: ୨୨ ବର୍ଷ ପରେ ଇତିହାସ ରଚିଲା ପାକିସ୍ତାନ। ପର୍ଥରେ ଖେଳାଯାଉଥିବା ଅନ୍ତିମ ଦିନିକିଆରେ ଦଳ ଅଷ୍ଟ୍ରେଲିଆକୁ ୮ ଉଇକେଟରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୪୧ ରନ୍‌ ସ୍କୋର କରିଥିଲା। ଏହାକୁ ମହମ୍ମଦ ରିଜଓ୍ବାନ ୨୬.୫ ଓଭରରେ ଏହାକୁ ହାସଲ କରିଦେଇଛନ୍ତି। ଏହି ବିଜୟ ସହ ପାକିସ୍ତାନ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧କୁ ଜିତିଛି। ତେବେ ନୂତନ ଅଧିନାୟକ ମହମ୍ମଦ ରିଜଓ୍ବାନ ଅଷ୍ଟ୍ରେଲିଆକୁ ନିଜ ଘରେ ପରାଜିତ କରି ଇତିହାସ ରଚିଦେଇଛି।

ପାକିସ୍ତାନ ଅଧିନାୟକ ମହମ୍ମଦ ରିଜଓ୍ବାନ ପର୍ଥରେ ହୋଇଥିବା ଅନ୍ତିମ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାପରେ ଗତ ୨ ମ୍ୟାଚ୍‌ ଭଳି ଭଲ ବୋଲିଂ ପ୍ରଦର୍ଶନ ଦେଇ ଅଷ୍ଟ୍ରେଲିଆକୁ ଝଟ୍‌କା ପରେ ଝଟ୍‌କା ଦେଇଥିଲେ। ହାରିସ ରାଉଫ, ଶାହିନ ଆଫ୍ରିଦି ଏବଂ ନସୀମ ଶାହା ଅଷ୍ଟ୍ରେଲିଆ ବ୍ୟାଟର୍‌ମାନଙ୍କୁ ଅଡ଼ୁଆରେ ପକାଇଥିଲେ। ଶାହିନ-ନସୀମ ୩ ଉଇକେଟ ଲେଖାଏ ନେଇଥିଲେ। ଫଳରେ ପାକିସ୍ତାନ ଟିମ୍‌ ୩୧.୫ ଓଭରରେ ଅଷ୍ଟ୍ରେଲିଆକୁ ୧୪୦ ରନ୍‌ରେ ରୋକି ଦେଇଥିଲା।

ଏହାପରେ ପାକିସ୍ତାନର ଦୁଇ ଓପନର୍‌ ଅବଦୁଲ୍ଲାହ ଶଫିକ୍‌ ଏବଂ ସାମ ଅୟୁବ ୮୪ ରନ୍‌ ଦେଇ ଭଲ ଆରମ୍ଭ କରିଥିଲେ। ଏହା ପରେ ବାବର ଆଜମ ୨୮ ରନ୍‌ ଏବଂ ଅଧିନାୟକ ରିଜଓ୍ବାନ ୩୦ ରନ୍‌ ଇନିଂସ ଖେଳି ମୁକାବିଲାକୁ ୨୬.୫ ଓଭରରେ ନିଜ ନାମରେ କରିଥିଲେ।

Share