Posted inଖେଳ

କୋହଲିଙ୍କୁ ନେଇ ଇଂଲଣ୍ଡ କ୍ରିକେଟର କହିଲେ-ଏହି ଖବର ସତ ହୋଇ ନ ପାରେ…

ନୂଆଦିଲ୍ଲୀ,୧୨।୩: ଟି୨୦ ବିଶ୍ୱକପ୍‌ରେ ଖେଳି ନ ପାରନ୍ତି ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି। ଚୟନ କମିଟି ତାଙ୍କୁ ବାଦ୍‌ ଦେବାକୁ ଚିନ୍ତା କରୁଛି। ଏମିତିରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏନେଇ କୋହଲିଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି। ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଷ୍ଟୁଅଟ୍‌ ବ୍ରଡ୍‌ ଏହି ଖବରକୁ ଜାଣିବା ପରେ ଚକିତ ହୋଇଛନ୍ତି।

କୋହଲି ବିଶ୍ୱକପ୍‌ ନ ଖେଳିବା ନେଇ ଖବର ଆସିବା ପରେ ବ୍ରଡ୍‌ ରାଗି ଯାଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଖବର ସତ ହୋଇ ନ ପାରେ। ଆଇସିସି ପ୍ରଶଂସକଙ୍କୁ ଦେଖି ଆମେରିକାରେ ମ୍ୟାଚ୍‌ କରିବାକୁ ଚାହୁଁଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ବି ସେଥିରେ ସାମିଲ ଅଛି। ବିରାଟ ପୁରା ବିଶ୍ୱରେ ବହୁତ ବଡ଼ ଖେଳାଳି। ଆଶା କରୁଛି ଯେ କୋହଲି ଦଳରେ ସାମିଲ ହେବେ।

କହିରଖୁଛୁ, ବିରାଟ ଓ୍ବେଷ୍ଟଇଣ୍ଡିଜର ସ୍ଲୋ ପିଚ୍‌ ଲାଗି ଉପଯୁକ୍ତ ନୁହନ୍ତି ବୋଲି ବିସିସିଆଇ ଭାବୁଛି। ଅପରପକ୍ଷେ ଟିମ୍‌ ପାଖରେ ଟି୨୦ ଫର୍ମାଟରେ ଖେଳିବା ଲାଗି ଅନେକ ଖେଳାଳି ଅଛନ୍ତି, ଯିଏ କି ତାଙ୍କଠାରୁ ଅଧିକ ରନ୍‌ ସ୍କୋର କରିପାରିବେ। ଏଣୁ ତାଙ୍କର ଭବିଷ୍ୟତର ନିଷ୍ପତ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଉପରେ ନ୍ୟସ୍ତ କରାଯାଇଛି। ସେ ରାଜି ହେଲେ ତାଙ୍କ ସ୍ଥାନରେ ଯୁବ ଖେଳାଳିମାନେ ସୁଯୋଗ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସହ ଏକାଠି ହେଲେ ଟ୍ରମ୍ପ-ପୁଟିନ୍‌, ପାକ୍‌ ଉପରେ ହେବ ବଡ଼ ଏୟାରଷ୍ଟ୍ରାଇକ୍‌!

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି। ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ, ତଦନ୍ତ ଏଜେନ୍ସିଗୁଡ଼ିକ ତଦନ୍ତ ଆରମ୍ଭ...

ପହଲଗାମ ଆତଙ୍କବାଦୀ ଆକ୍ରମଣ: ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ସିଏମଓ ଦ୍ୱାରା ଜାରି...

ଦିଲ୍ଲୀରେ ହଲଚଲ: ଡୋଭାଲଙ୍କୁ ବଡ଼ ଦାୟିତ୍ୱ, ଥରିଲା ପାକିସ୍ତାନ

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରୀନଗରରେ ପହଞ୍ଚିଛନ୍ତି। ଏହା ପରେ ସେ ଆକ୍ରମଣ ସ୍ଥାନକୁ ମଧ୍ୟ ଯାଇଛନ୍ତି।...

Killers Of Pahalgam: ପହଲଗାମ ଆକ୍ରମଣରେ ସାମିଲ ଥିବା ୪ ଆତଙ୍କବାଦୀଙ୍କ ଫଟୋ ଜାରି

ଶ୍ରୀନଗର,୨୩।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଗତକାଲି ହୋଇଥିବା ଜଘନ୍ୟ ଆକ୍ରମଣରେ ସାମିଲ ଥିବା ଚାରି ଜଣ ଆତଙ୍କବାଦୀଙ୍କ ଫଟୋଗ୍ରାଫ ସୁରକ୍ଷା ଏଜେନ୍ସିଗୁଡ଼ିକ ଜାରି କରିଛନ୍ତି। ...

Pahalgam Terror Attack: ଆକ୍ରମଣ ନେଇ ପୂର୍ବରୁ ମିଳିଥିଲା ଆଲର୍ଟ! ହେଲେ ପରେ ପ୍ଲାନରେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ...

ସୁନ୍ଦର କରିବ କିସ୍‌ମିସ୍‌

ଡ୍ରାଏଫ୍ରୁଟ୍‌ଭାବେ କିସ୍‌ମିସ୍‌ ବ୍ୟବହାର କରାଯାଏ। କିନ୍ତୁ ତ୍ୱଚାକୁ ସୁନ୍ଦର ଓ ଅଧିକ ଗ୍ଲୋ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରିହେବ। ଏଥିପାଇଁ ଜାଣିରଖନ୍ତୁ ଉପାୟ…....

Pahalgam Terror Attack:‘ପାକିସ୍ତାନର ରିଆକ୍ସନ ହେବ ହାର୍ଡ’, ଆତଙ୍କବାଦୀ ଆକ୍ରମଣକୁ ନେଇ ଏମିତି କହିଲେ PAK ପୂର୍ବତନ ହାଇ କମିଶନର

ଶ୍ରୀନଗର,୨୩।୪: ମଙ୍ଗଳବାର (୨୨ ଏପ୍ରିଲ) କଶ୍ମୀରର ପହଲଗାମରେ ହୋଇଥିବା Terror Attack ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ବିଶ୍ୱର ସମସ୍ତ ଦେଶର ନେତାମାନେ ଏହି...

ପିଲା ମିଛ କହୁଛି କି ?

ଭୟରେ ହେଉ ଅବା ଅନ୍ୟ କିଛି କାରଣ ପାଇଁ ପିଲାମାନେ ବେଳେବେଳେ ମିଛ କହି ଦିଅନ୍ତି। ତେବେ ଛୋଟବେଳରୁ ସେମାନଙ୍କର ଏହି ଅଭ୍ୟାସ ବଦଳାଇବା ଦରକାର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image