Categories: ଖେଳ

ଡବ୍ଲ୍ୟୁପିଏଲ୍‌ ଫାଇନାଲରେ ଦିଲ୍ଲୀ ବନାମ ଆର୍‌ସିବି: ଜାଣନ୍ତୁ କେବେ, କେଉଁଠି, କେତେବେଳେ ଦେଖିବେ ଏହି ମହାମୁକାବିଲା…

ନୂଆଦିଲ୍ଲୀ,୧୬।୩: ଓମେନ୍ସ ପ୍ରିମିୟର ଲିଗ୍‌ର ଦ୍ୱିତୀୟ ସିଜନ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ।ଦିଲ୍ଲୀ ଟିମ୍‌ ଲିଗ୍‌ ପର୍ଯ୍ୟାୟରେ ୮ରୁ ୬ ମ୍ୟାଚ୍‌ ଜିତି ଶୀର୍ଷରେ ପହଞ୍ଚିଥିଲା। ଏପରିକି ଲଗାତର ଦ୍ୱିତୀୟ ଥର ଲାଗି ସିଧା ଫାଇନାଲରେ ପ୍ରବେଶ କରିଛି। ସେହିଭଳି ଆର୍‌ସିବି ମୁମ୍ବାଇଠାରୁ ମ୍ୟାଚ୍‌ ଜିତି ଏଲିମେନଟର ପର୍ଯ୍ୟାୟରୁ ଫାଇନାଲ ଖେଳିବାକୁ ଯାଉଛି। ତେବେ ଉଭୟ ଟିମ୍‌ ଲାଗି ଟାଇଟଲ ଜିତିବା ଉପରେ ଲକ୍ଷ୍ୟ ରହିଛି। ଆସନ୍ତୁ ଜାଣିବା ଫାଇନାଲ ମୁକାବିଲା କେବେ, କେଉଁଠି ଏବଂ କେତେବେଳେ ଖେଳାଯିଏ। କିଭଳି ଭାବେ ପ୍ରଶଂସକ ଏହାର ମଜା ଉଠାଇପାରିବେ…

-ଦିଲ୍ଲୀ-ଆର୍‌ସିବି ମଧ୍ୟରେ ଡବ୍ଲ୍ୟୁପିଏଲ୍‌ ୨୦୨୪ ଫାଇନାଲ ମୁକାବିଲା ମାର୍ଚ୍ଚ ୧୭,୨୦୨୪ ଅର୍ଥାତ ରବିବାର ଖେଳାଯିବ।

-ମ୍ୟାଚ୍‌ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ।

-ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ଫାଇନାଲ ମୁକାବିଲା ଖେଳାଯିବ।

-ଟେଲି ପରଦାରେ ଦେଖିବାକୁ ଚାହିଁଲେ ଏହି ମ୍ୟାଚ୍‌କୁ ସ୍ପୋଟ୍ସ-୧୮ରେ ଦେଖିପାରିବେ।

-ଜିଓ ସିନେମା ଆପ୍‌ରେ ଏହାର ଲାଇଭ୍‌ ଷ୍ଟ୍ରିମିଂ ଦେଖିହେବ।

Share