Categories: ଖେଳ

ଟି୨୦ ବିଶ୍ୱକପ୍‌କୁ ମାଗଣାରେ ଦେଖିପାରିବେ ଦର୍ଶକ, ଡିଜ୍‌ନୀ କଲା ବଡ଼ ଘୋଷଣା…

ନୂଆଦିଲ୍ଲୀ,୮।୫: ଆଗାମୀ ଟି୨୦ ବିଶ୍ୱକପ୍‌ ନେଇ ବଡ଼ ଘୋଷଣା କରିଛି ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର। ବ୍ୟବହାରକାରୀମାନେ ଏହି ମୋବାଇଲ ଆପ୍‌ରେ ମାଗଣାରେ ବିଶ୍ୱକପ୍‌କୁ ଉପଭୋଗ କରିପାରିବେ। ତେବେ ଗତ ବର୍ଷ ଏହା ଦିନିକିଆ ବିଶ୍ୱକପ୍‌ ଏବଂ ଏସିଆ କପ୍‌ର ମାଗଣା ଷ୍ଟ୍ରିମିଂ ଅଫର୍‌ କରିଥିଲା।

ତେବେ ଆଇପିଏଲ୍‌ ଶେଷ ହେବା ପରେ ଟି୨୦ ବିଶ୍ୱକପ୍‌ ଆରମ୍ଭ ହେବ। ଏଥିରେ ୨୦ ଦଳ ଅଂଶଗ୍ରହଣ କରିବେ। ଏହି ବିଶ୍ୱକପ୍‌ ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକା ସହ ଆୟୋଜନ କରିବେ। ଜୁନ ୨ରେ ପ୍ରଥମ ମ୍ୟାଚ୍‌ ଆମେରିକା ଏବଂ କାନାଡ଼ା ମଧ୍ୟରେ ଖେଳାଯିବ। ରୋହିତଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଜୁନ୍‌ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ।

Share