Advertisement
Categories: ବାଣିଜ୍ୟ

କ୍ରୀଡ଼ା ପାନୀୟ ‘ସ୍ପିନର’ର ଶୁଭାରମ୍ଭ

ମୁମ୍ବାଇ,୧୧।୨: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ନୂତନ ଉତ୍ପାଦ ତଥା ଉନ୍ନତମାନର କ୍ରୀଡ଼ା ପାନୀୟ ‘ସ୍ପିନର’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସ୍ପୋର୍ଟସ୍‌ ଡ୍ରିଙ୍କ୍‌ସ/କ୍ରୀଡ଼ା ପାନୀୟ ବର୍ତ୍ତମାନ ବଜାରରେ ଉପଲବ୍ଧ। ସ୍ପିନ୍‌ ଯାଦୁଗର ତଥା ପୂର୍ବତନ ଶ୍ରୀଲଙ୍କା କ୍ରିକେଟିୟର ମୁଥୟା ମୁରଲୀଧରନ ଏବଂ ଆର୍‌ସିପିଏଲ୍‌ର ମିଳିତ ସହଯୋଗରେ ଏହି ବ୍ରାଣ୍ଡ୍‌ର ଅୟମାରମ୍ଭ ହୋଇଛି। ଏପରିକି ମାତ୍ର ୧୦ ଟଙ୍କାରେ ‘ସ୍ପିନର’ କ୍ରୀଡ଼ା ପାନୀୟ ଲେମ୍ବୁ, କମଳା ଏବଂ ନାଇଟ୍ରୋ ବ୍ଲୁ ଭଳି ତିନୋଟି ସ୍ବାଦରେ ଉପଲବ୍ଧ। ହାଇଡ୍ରେସନ୍‌ ପାଇଁ ଏଥିରେ ଆବଶ୍ୟକ ଇଲେକ୍ଟ୍ରୋଲାଇଟ୍‌ ମିଶ୍ରିତ ହୋଇଛି, ଅତ୍ୟଧିକ ଝାଳ ବାହାରିବା ବେଳେ ଏହା ଶରୀରକୁ ହାଇଡ୍ରେଟ୍‌ କରିବାରେ ସାହାଯ୍ୟ କରିଥାଏ। ‘ସ୍ପିନର’ର ଶୁଭାରମ୍ଭ ସହିତ ହାଇଡ୍ରେସନ୍‌ ପାଇଁ ଏହା ଏକ ସୁଲଭ ତଥା ପ୍ରଭାବଶାଳୀ ସମାଧାନ ବୋଲି ଆର୍‌ସିପିଏଲ୍‌ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଆର୍‌ସିପିଏଲ୍‌ର ସିଓଓ କେତନ ମୋଦି କହିଛନ୍ତି, ଆମେ ବିଶ୍ୱାସ କରୁ ଯେ ପ୍ରତ୍ୟେକ ଭାରତୀୟଙ୍କ ପାଖରେ ଗୁଣାତ୍ମକ ଉତ୍ପାଦ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉ। ସ୍ପିନର ସହିତ ଆମେ ଏକ ସୁଲଭ ତଥା ପ୍ରଭାବଶାଳୀ ହାଇଡ୍ରେସନ ପାନୀୟ ସୃଷ୍ଟି କରିଛୁ।

Share