Posted inଖେଳ

୧୩ ସୁଦ୍ଧା ଜବାବ ଦେବାକୁ କ୍ରୀଡ଼ା ମହାସଂଘଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ଅନୁରୋଧକ୍ରମେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଲାଗି ଉଦ୍ଦିଷ୍ଟ କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀର ଜବାବ ଦେବା ସମୟସୀମାକୁ ଦୁଇ ଦିନ ଅର୍ଥାତ୍‌ ଅଗଷ୍ଟ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ରହିଥିବା ଏକ ମାମଲା ପାଇଁ କ୍ରୀଡ଼ା ଆଚରଣବିଧି ପ୍ରଶ୍ନାବଳୀର ଜବାବ ଗୁରୁତ୍ୱପୂର୍ଣ୍ଣ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୧ରେ ହେବ। ସୂଚନାଯୋଗ୍ୟ, ଜାତୀୟ କ୍ରୀଡ଼ା ଆଚରଣବିଧିରେ ବୟସ ଓ କାର୍ଯ୍ୟକାଳକୁ ନେଇ ନେଇ ଯେଉଁ ଗାଇଡ୍‌ଲାଇନ୍‌ ରହିଛି ତାହାକୁ ଠିକ୍‌ରୂପେ ଅନୁପାଳନ କରାଯାଉଛି କି ନା ସେ ନେଇ ଦିଲ୍ଲୀ ହାଇକୋର୍ଟ ସନ୍ଦେହ ପ୍ରକଟ କରିଥିଲେ। ତେଣୁ ଏନେଇ ପ୍ରସ୍ତୁତ କରାଯାଇଥିବା ପ୍ରଶ୍ନାବଳୀର ଜବାବ ନ ଦେଲେ ସମ୍ପୃକ୍ତ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଉପରୁ ସାମୟିକ ସ୍ବୀକୃତି ପ୍ରତ୍ୟାହାର କରାଯିବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଦେଶର ୫୭ଜାତୀୟ କ୍ରୀଡ଼ା ମହାସଂଘକୁ ଚିଠି କରାଯାଇଛି। ଏଥିପାଇଁ ପ୍ରଥମେ ସମୟସୀମା ଅଗଷ୍ଟ ୧୧ତାରିଖ ରଖାଯାଇଥିଲା। ମଙ୍ଗଳବାର ଆଇଓଏ ସଭାପତି ନରିନ୍ଦର ବାତ୍ରା ଓ ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ଓ କ୍ରୀଡ଼ା ସଚିବ ରବି ମିତ୍ତଲଙ୍କୁ ଭେଟିଥିଲେ। ପ୍ରଶ୍ନାବଳୀ ଜବାବ ଦେବାର ସମୟ ଅବଧି ବୃଦ୍ଧି ପାଇଁ ଆଇଓଏ ତରଫରୁ ଅନୁରୋଧ କରାଯାଇଥିଲା। ଏହି ଅବସରରେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି, କ୍ରୀଡ଼ା ଆଚରଣବିଧି ଏବଂ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକର ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା ହୋଇଥିବା ଆଇଓଏ ମୁଖ୍ୟ ବାତ୍ରା ଏବଂ ସାଧାରଣ ସମ୍ପାଦକ ମେହେଟା ଏକ ମିଳିତ ବିବୃତିରେ ପ୍ରକାଶ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟ ଯେ, ଫେବୃୟାରୀ ୭ରେ ଦିଲ୍ଲୀ ହାଇକୋର୍ଟ ଏକ ନିର୍ଦ୍ଦେଶାନାମା ଜାରି କରିଥିଲେ। କୋର୍ଟଙ୍କୁ ନ ଜଣାଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ କିମ୍ବା ଆଇଓଏ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଉପରେ କୌଣସି ନିଷ୍ପତ୍ତି ନେଇ ପାରିବେନାହିଁ। ପରେ ଏହି ନିର୍ଦ୍ଦେଶନାମାରେ କେତେକ ପରିବର୍ତ୍ତନ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଦାଖଲ କରାଯାଇଥିବା ଏକ ପିଟିଶନକୁ କୋର୍ଟ ଖାରଜ କରିଦେବାରୁ ଏହି ପରିସ୍ଥିତି ଉପୁଜିଛି। ଗତ ମେ ୧୧ ରେ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକୁ ସାମୟିକ ସ୍ବୀକୃତି ପ୍ରଦାନ କରାଯାଇଥିଲା। ମାତ୍ର ତାହା ତୁରନ୍ତ ବାତିଲ କରିଦେବା ଲାଗି ହାଇକୋର୍ଟ ଜୁନ୍‌ ୨୪ରେ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରିଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ: ଭାରତ ୧୪୫ ରନରେ ଆଗୁଆ 

ସିଡନୀ,୪/୧: ବର୍ଡ଼ର- ଗାଭାସ୍କର ଟେଷ୍ଟ ସିରିଜର ଶେଷ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି। ଭାରତ ଦ୍ୱିତୀୟ ଇନିଂସରେ ୬ ଉଇକେଟ୍ ହରାଇ ୧୪୧...

୯୨ ବର୍ଷ ପରେ ପ୍ରଥମଥର ଘଟିଲା ଏମିତି…ଯଶସ୍ୱୀ ଜୟସ୍ୱାଲ କଲେ ଏମିତି ରେକର୍ଡ

ସିଡନୀ,୪/୧:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ସିଡନୀରେ ଚାଲିଛି। ଏହି ମ୍ୟାଚ୍ ରେ ଯଶସ୍ୱୀ...

ବୁମ୍‌ରାଙ୍କ ବିନା ଅଷ୍ଟ୍ରେଲିଆର ହୋଶ୍‌ ଉଡାଇଲା ଟିମ୍‌ ଇଣ୍ଡିଆ: ପ୍ରଥମ ଇନିଂସରେ ଆଗୁଆ

ସିଡନୀ,୪।୧: ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୧୮୧ ରନ ଅଲଆଉଟ୍‌ ହୋଇଯାଇଥିଲା। ଟସ ଜିତିବା ଏବଂ ପ୍ରଥମେ ବ୍ୟାଟିଂ...

ମ୍ୟାଚ୍‌ ମଝିରେ ହଠାତ୍‌ ମେଡିକାଲ ଗଲେ ବୁମ୍‌ରା: ଟିମ୍‌ ଇଣ୍ଡିଆର ବଢିଲା ସମସ୍ୟା

ସିଡନୀ,୪।୧: ସିଡନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ତଥା ଶେଷ ଟେଷ୍ଟ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢୁଥିବା ପରି ମନେ ହେଉଛି। ଏହି...

ଅଚାନକ ଅଧିନାୟକ ହୋଇଗଲେ ବିରାଟ କୋହଲି: ମ୍ୟାଚ୍‌ ମଝିରେ ନିଆଗଲା ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ସିଡନୀ,୪।୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଖେଳାଯାଉଛି। ସିଡନୀ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ଏପର୍ଯ୍ୟନ୍ତ ଅନେକ ଉତ୍ଥାନ-ପତନ ଦେଖାଯାଇଛି।...

ଗୋଟିଏ ଓଭରରେ ବଡ଼ କାରନାମା କଲେ ମହମ୍ମଦ ସିରାଜ୍‌

ସିଡନୀ,୪।୧: ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ସେ ଗୋଟିଏ ଓଭରରେ ଦୁଇ ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌...

ଅବସରକୁ ନେଇ ଶେଷରେ ମୁହଁ ଖୋଲିଲେ ରୋହିତ ଶର୍ମା: କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ସିଡନୀ,୪।୧୨: ସିଡନୀ ଟେଷ୍ଟର ଦ୍ୱିତୀୟ ଦିନରେ ଅବସର ନେବା ଉପରେ ରୋହିତ ଶର୍ମା ମୁହଁ ଖୋଲିଛନ୍ତି। ଖରାପ ଫର୍ମ ସହ ସଂଘର୍ଷ କରୁଥିବା ରୋହିତଙ୍କୁ ସିଡନୀରେ...

୪୭ ବର୍ଷର ରେକର୍ଡ ଭାଙ୍ଗିଦେଲେ ଜସପ୍ରୀତ ବୁମ୍‌ରା

ସିଡନୀ,୪।୧୨: ଜସପ୍ରୀତ ବୁମ୍‌ରା କ୍ରିକେଟରେ ତାଙ୍କ ନାମରେ ଆଉ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଖେଳାଯାଇଥିବା କୌଣସି ଟେଷ୍ଟ ସିରିଜରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri