ଜୟପୁରରେ ହେବ ସ୍ପୋର୍ଟସ ହଷ୍ଟେଲ: ମନ୍ତ୍ରୀ

ଜୟପୁର,୨୦ା୧୨( ନି.ପ୍ର.): ଜୟପୁର ଫୁଲବାଡ ନିକଟରେ ଇଣ୍ଟିଗ୍ରେଟେଡ ସ୍ପୋର୍ଟସ କମ୍ପ୍ଲେକ୍ସ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ା ସୋମବାର ଜୟପୁର ଗସ୍ତ ଅବସରରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସ୍ପୋର୍ଟସ କମ୍ପ୍ଲେକ୍ସ, ଆଇଟି ପାର୍କ, ବିଜ୍ଞାନ କେନ୍ଦ୍ର ପରିର୍ଶନ କରିଛନ୍ତି ା ସ୍ପୋର୍ଟସ କମ୍ପ୍ଲେକ୍ସ କାର୍ଯ୍ୟର ସମୀକ୍ଷା କରି ଏହାର ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁ ମନ୍ତ୍ରୀ ବେହେରା ଉଦ୍‌ବେଗ ପ୍ରକାଶ କରିଥିଲେ। ସବ୍‌ ଲିଜ୍‌ ନେଇଥିବା ଠିକାଦାର ରଜତ ପାଢୀ ମନ୍ତ୍ରୀଙ୍କୁ ବାରମ୍ବାର ମ୍ୟାପ ବଦଳାଯାଉଥିବା ଏବଂ ଠିକ ସମୟରେ ବିଲ ପେମେଣ୍ଟ ହେଉ ନ ଥିବା କହିଥିଲେ। ସମୀକ୍ଷା ପରେ ମନ୍ତ୍ରୀ ବେହେରା ମ୍ୟାପରେ କିଛିଟା ପରିବର୍ତ୍ତନ ଏବଂ କରୋନା ମହାମାରୀ ଯୋଗୁ କାର୍ଯ୍ୟରେ ବିଳମ୍ବ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ବର୍ଷା ମାସ ପୂବରୁ ସମସ୍ତ କାର୍ଯ୍ୟ ଶେଷ ହେବ ଓ ମାର୍ଚ୍ଚ ମାସରେ ସୁଇମିଂ ପୋଲ କାମ ଶେଷ ହେବ। ଜୟପୁରରେ ଆଗାମୀ ଦିନରେ ଏକ ସ୍ପୋର୍ଟସ ହଷ୍ଟେଲ ନିର୍ମାଣ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ମନ୍ତ୍ରୀଙ୍କ ସମୀକ୍ଷା ସମୟରେ ବିଧାୟକ ତାରା ପ୍ରସାଦ ବାହିନୀପତି ଉପସ୍ଥିତ ଥିଲେ। ଏହି ଅବସରରେ ବାହିନୀପତି କହିଛନ୍ତି, ରାଜ୍ୟ ସରକାର ଗୋଟିଏ ଏଜେନ୍ସିକୁ କାମ କରିବାକୁ ଦେଇଛନ୍ତି ା ସେମାନଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ଜନସାଧାରଣ ହଇରାଣ ହେଉଛନ୍ତି ା ଏହି ଷ୍ଟାଡିୟମ ଏପ୍ରିଲ ୨୦୧୯ରେ କାମ ଆରମ୍ଭ ହୋଇଥିଲା। ୧୮ ମାସ ଭିତରେ କାମ ଶେଷ ହେବା ନେଇ ଲକ୍ଷ୍ୟ ଥିଲା। ଏବେ ଏହାର ଅବଧି ସରି ଯାଇ ୨୦ା୧୨ା୨୦୨୨ ସୁଦ୍ଧା ୪୦ ପ୍ରତିଶତ କାମ ସରିଛି ା ୨୦ କୋଟି ୩୬ ଲକ୍ଷ୍ୟ ଟଙ୍କା ବ୍ୟୟରେ ସରକାର ଏଠାରେ ସ୍ପୋର୍ଟସ କଂପ୍ଲେକ୍ସ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଠିକାଦାରଙ୍କ ଆନ୍ତରିକତା ଅଭାବରୁ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ା ଏହି କଂପ୍ଲେକ୍ସରେ ସୁଇମିଂ ପୋଲ୍‌, ଜାତୀୟସ୍ତରର ଫୁଟବଲ ଗ୍ରାଉଣ୍ଡ, ଇଣ୍ଡୋର ଷ୍ଟାଡିୟମ, ବାସ୍କେଟ ବଲ, ହଷ୍ଟେଲ ଆଦି ରହିବା ଯୋଜନା ରହଛି। ସୂଚନଯୋଗ୍ୟ, ଜାତୀୟ କ୍ରୀଡା ଦିବସ ଅବସରରେ ଘୋଷଣା ହୋଇଥିବା ୫ଟି ଇଣ୍ଟିଗ୍ରେଟେଡ ସ୍ପୋର୍ଟସ କଂପ୍ଲେକ୍ସ ମଧ୍ୟରେ ଜୟପୁର ରହିଥିଲା। ସମୀକ୍ଷା ସମୟରେ ବିଧାୟକ ବାହିନୀପତିଙ୍କ ସହ ଉପ ଜିଲାପାଳ ବେଦବର ପ୍ରଧାନ, ଜୟପୁର ପୌରଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ବିଜେଡି ଜିଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଜିଲା ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ଜିଲାପାଳଙ୍କ ଘରକୁ ପୁଣି ପସୁଥିଲେ ଚୋର, ପରେ ଯାହାହେଲା…

ରାୟଗଡା,୧୬।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଅତିରିକ୍ତ ଜିଲାପାଳ ନିହାର ରଞ୍ଜନ କହଁରଙ୍କ ସରକାରୀ ବାସଭବନରୁ ମଙ୍ଗଳବାର ଦିନ ଦ୍ବିପହରରେ ଦୁବୃର୍ତ୍ତ ମାନେ ଚୋରି ପାଇଁ ଉଦ୍ୟମ...

ଦାବି ପୂରଣ ନ ହେଲେ ଆନ୍ଦୋଳନ: ଚେତାବନୀ ଦେଲା କଂଗ୍ରେସ

ପୁରୁଷୋତ୍ତମପୁର,୧୬।୪(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ଠାରେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରାଙ୍କ ନେତୃତ୍ୱରେ ଏକ ମଶାଲ ଶୋଭାଯାତ୍ରା...

ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ଦୁଇ ଭଉଣୀ

ବସ୍ତା, ୧୬।୪(ହରିଶଙ୍କର ପାଢ଼ି): ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଗାନ୍ଧୀ ଛକ ନିକଟରେ ମଙ୍ଗଳବାର ଅପରାହ୍ନ ୨ଟା ବେଳେ ଏକ ଦୁଃଖଦ ଘଟଣା ଘଟିଛି।...

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ସୋର,୧୬।୪: ବାଲେଶ୍ୱର ଜିଲା ସୋର ନିକଟରେ ଏକ କୋଇଲା ବୋଝେଇ ଟ୍ରେଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ସୋର ଷ୍ଟେସନ ନିକଟରେ ୨ଟି ବଗିରେ ନିଆଁ ଲଗିଥିବା ଦେଖିବାକୁ...

ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା ଜବତ

ଭବାନୀପାଟଣା,୧୬।୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି(ଗାଇନିକ) ବିଭାଗର ଡାକ୍ତର ତପନ କୁମାର ତ୍ରିପାଠୀଙ୍କ ଘରେ ବୁଧବାର...

ଘରୁ ବାହାରିଲେ ପାଦେପାଦେ ବିପଦ: ଏଣିକି  ନିଜ ଲଢ଼େଇ ନିଜର, ତାଲିମ ନେବାକୁ ଅଧ୍ୟକ୍ଷ ଦେଲେ ଆହ୍ବାନ 

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଛି। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ...

କୁଟାରିକୁ ଲହୁଲୁହାଣ କଲା କୁକୁର: ଉଦ୍ଧାର କଲା ବନବିଭାଗ

ପାଟଣା ୧୬/୪(ବୀରକିଶୋର ଦାଶ ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ ରାଇଡିହା ଗ୍ରାମରୁ ବୁଧବାର ସକାଳୁ ଏକ ଆହତ କୁଟାରିକୁ ବନ...

ଶରଣକୁଳ ଥାନା ଏସ୍‌ଆଇଙ୍କୁ ଧରିଲା ଭିଜିଲାନ୍ସ: ମାମଲାରେ ସହଯୋଗ ପାଇଁ ନେଉଥିଲେ…

ଭୁବନେଶ୍ୱର,୧୬।୪(ସତ୍ୟଜିତ୍‌ ରାଉତ): ଏକ ଆପରାଧିକ ମାମଲାରେ ସହଯୋଗ କରିବା ପାଇଁ ବିଚାରବିଭାଗୀୟ ହାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ଝିଅଙ୍କଠୁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image