Posted inଖେଳ

ସ୍ପୋଟର୍‌ସ ହଷ୍ଟେଲ, ଓଡ଼ିଶା ଏଚ୍‌ପିସି ବିଜୟୀ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀଠାରେ ଚାଲିଥିବା ୧୬ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ (ଫେଜ୍‌-୧)ରେ ମଙ୍ଗଳବାର ଓଡ଼ିଶାର ଦୁଇ ଦଳ ସ୍ପୋଟର୍‌ସ ହଷ୍ଟେଲ ଓ ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଓଡ଼ିଶା ଏଚ୍‌ପିସି) ବିଜୟ ହାସଲ କରିଛନ୍ତି। ସ୍ପୋଟର୍‌ସ ହଷ୍ଟେଲ ୯-୧ ଗୋଲରେ ଭାଇ ବେହଲୋ ହକି ଏକାଡେମୀ ଭଗତାକୁ ହରାଇଥିବାବେଳେ ଓଡ଼ିଶା ଏଚ୍‌ପିସି ୧୨-୦ରେ ଦିଲ୍ଲୀକୁ ପରାସ୍ତ କରିଛି। ସ୍ପୋଟର୍‌ସ ହଷ୍ଟେଲ ପକ୍ଷରୁ ମୋନିକା ତିର୍କୀ ୨୪, ୪୭, ୫୫ ଓ ୬୦ତମ ମିନିଟରେ ଏକାକୀ ୪ଟି ଏବଂ ଅର୍ଚ୍ଚନା ଖାଲ୍‌କୋ ୯, ୩୧ ଓ ୫୮ତମ ମିନିଟରେ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିଲେ। ସସ୍ମିତା ଡୁଙ୍ଗଡୁଙ୍ଗ ୬ଷ୍ଠ ଓ ପ୍ରେମଶୀଳା ବାଗେ ୫୨ତମ ମିନିଟରେ ଅନ୍ୟ ୨ଟି ଗୋଲ ସ୍କୋର କରିଥିଲେ। ସେହିପରି ଓଡ଼ିଶା ଏଚ୍‌ପିସି ପକ୍ଷରୁ ନିର୍ମଳା ସେନବାର ୧୮ ଓ ୪୮, ଡୋଲି ଭୋଇ ୧୯ ଓ ୪୫, ନିହାରୀକା ଟପ୍ପୋ ୨୪ ଓ ୪୨ ଏବଂ ଅନୁସ୍କା ଭାଓ୍ବରେ ୩୩ ଓ ୫୧ତମ ମିନିଟରେ ୨ଟି ଲେଖାଏ ଗୋଲ ଦେଇଥିଲେ। ଖୁସ୍‌ବୁ କୁକୁର୍‌ ୧ମ, ଅଧିନାୟିକା ଅହଲ୍ୟା ଲାକ୍ରା ୭ମ, ପ୍ରଜ୍ଞା ପଟେଲ ୨୭ ଓ ହରପ୍ରୀତ କୌର ୫୬ତମ ମିନିଟରେ ଅନ୍ୟ ୪ଟି ଗୋଲ ସ୍କୋର କରିଥିଲେ। ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ‘ଏ’ ୧୭-୦ରେ ସ୍ମାର୍ଟ ହକି ଏକାଡେମୀ ରାୟପୁର, ଘୁମାନହୀରା ରାଇଜର୍ସ ଏକାଡେମୀ ୨୭-୦ରେ ମୁମ୍ବାଇ ସ୍କୁଲ ସ୍ପୋଟର୍‌ସ ଆସୋସିଏଶନ, ପ୍ରୀତମ ସିଓ୍ବାଚ ହକି ଏକାଡେମୀ ସୋନେପତ ୨୧-୦ରେ ସିଟିଜେନ ହକି ଏକାଦଶ, ମଧ୍ୟ ପ୍ରଦେଶ ହକି ଏକାଡେମୀ ୨-୦ରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ‘ବି’, ସ୍ପୋଟର୍‌ସ ଅଥରିଟି ଅଫ୍‌ ଗୁଜରାଟ ଏକାଡେମୀ ୭-୦ରେ ଅନନ୍ତପୁର ହକି ଏକାଡେମୀ ଏବଂ ହର୍‌ ହକି ଏକାଡେମୀ ୭-୦ରେ ସାଲ୍ୟୁଟ ହକି ଏକାଡେମୀକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri