ନୂଆଦିଲ୍ଲୀ, ୧୫।୧୨: ଭାରତୀୟ କ୍ରିକେଟ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପ୍ରସ୍ତୁତ ହେଉଛି। କିନ୍ତୁ ଏହାପୂର୍ବରୁ ଅଧିନାୟକତ୍ୱକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିରାଟ କୋହଲିଙ୍କୁ ଏକଦିବସୀୟ ଅଧିନାୟକତ୍ୱରୁ ହଟାଯିବା ଏବଂ ରୋହିତ ଶର୍ମାଙ୍କୁ ଟେଷ୍ଟ ସିରିଜରୁ ବାଦ ଦିଆଯିବା ପରଠାରୁ ଅନେକ କଳ୍ପନାଜଳ୍ପନା ଜାରି ରହିଛି। କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିରାଟ ଏବଂ ରୋହିତଙ୍କ ମଧ୍ୟରେ ଅଧିନାୟକତ୍ୱକୁ ନେଇ ମତଭେଦ ବଢ଼ିଚାଲିଛି।
ଏହି ଘଟଣାରେ ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ କୌଣସି ଅଫିସିଆଲ ବିବୃତ୍ତି ଦିଆଯାଇନାହିଁ। କିନ୍ତୁ ଇତି ମଧ୍ୟରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି ପୁରା ବିବାଦ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ଦୁଇ ଅଧିନାୟକଙ୍କ ମଧ୍ୟରେ ମତଭେଦ ବିଷୟରେ ଠାକୁରଙ୍କୁ ପଚରା ଯିବାରୁ, ସେ କହିଥିଲେ ଯେ ଖେଳଠାରୁ କେହି ବଡ଼ ନୁହଁନ୍ତି, କେହି ଖେଳ ଉପରେ ନୁହନ୍ତି,ଖେଳ ହିଁ ସର୍ବୋତ୍ତମ । ଖେଳାଳିଙ୍କ ମଧ୍ୟରେ କ’ଣ ଘଟିଛି ମୁଁ କୌଣସି ସୂଚନା ଦେଇ ପାରିବି ନାହିଁ। ସେମାନଙ୍କ ସହ ଜଡିତ ଆସୋସିଏଶନ କିମ୍ବା ଅନୁଷ୍ଠାନର ଏହା ହେଉଛି ଦାୟିତ୍ୱ। ସେମାନେ ଏହା ଉପରେ ସୂଚନା ଦେବା ଠିକ ହେବ।