କ୍ରୀଡ଼ା ପାଠପଢ଼ାର ଅଂଶ ବିଶେଷ, ମୁଖ୍ୟ ସ୍ରୋତରେ ହେବ ସାମିଲ୍‌…

ନୂଆଦିଲ୍ଲୀ,୧୫।୮: ପାଠପଢ଼ାରେ କ୍ରୀଡ଼ାକୁ ଏକ ଅଂଶ ବିଶେଷ ଭାବେ ଗ୍ରହଣ କରାଯାଇ ମୁଖ୍ୟ ସ୍ରୋତରେ ସାମିଲ୍‌ କରାଯିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ନିଜ ଭାଷଣରେ ସେ ଏଭଳି ସୂଚନା ଦେଇଛନ୍ତି।
ନୂତନ ଜାତୀୟ ଶିକ୍ଷା ନୀତିରେ ଅତିରିକ୍ତ ପାଠ୍ୟକ୍ରମ ପରିବର୍ତ୍ତେ, କ୍ରୀଡାକୁ ମୁଖ୍ୟ ସ୍ରୋତ ଶିକ୍ଷାର ଏକ ଅଂଶ ବିଶେଷ କରାଯାଇଛି। ଜୀବନର ଅଗ୍ରଗତି ପାଇଁ କ୍ରୀଡା ମଧ୍ୟ ଏକ ପ୍ରଭାବଶାଳୀ ମାଧ୍ୟମ। ତେଣୁ ପାଠପଢ଼ା ସହିତ କ୍ରୀଡ଼ାକୁ ଶିକ୍ଷା ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Share