Posted inଖେଳ

କ୍ରୀଡ଼ାର ଅର୍ଥ ସ୍ବଚ୍ଛତା, ସଚ୍ଚୋଟତା ଓ ସମ୍ମାନ: ପଙ୍କଜ

ଭୁବନେଶ୍ୱର, ୨୪।୧୨(କ୍ରୀଡ଼ା ପ୍ରତିନିଧି): ଭାରତର ପ୍ରମୁଖ ଫେରୋ ଆଲଏଜ ଉତ୍ପାଦନକାରୀ କମ୍ପାନୀ ଇମ୍ଫାଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୂଲ୍ୟରେ ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ପ୍ରତିଭା ସମ୍ପନ୍ନ ଅନ୍ତର୍ଜାତୀୟ ଅଭିଜ୍ଞ ସମ୍ପନ୍ନ ସାଇକ୍ଲିଷ୍ଟ ସ୍ବସ୍ତି ସିଂ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି। ୨୫ରୁ ଊର୍ଦ୍ଧ୍ୱ ସ୍ନୁକର ଓ ବିଲିୟାଲର୍‌ସ ଟାଇଟଲ ବିଜେତା ଭାରତର ‘ଗୋଲ୍ଡେନ ବୟ’ ପଦ୍ମଭୁଷଣ ପଙ୍କଜ ଆଡଭାନୀ ମୁଖ୍ୟ ଅତିଥିଭାବେ ଏବଂ ଏସିଆନ ଗେମ୍ସ ସିଲଭର ମେଡାଲିଷ୍ଟ ପ୍ରଣତି ମିଶ୍ର ସମ୍ମାନିତ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ସ୍ବସ୍ତିଙ୍କୁ ଟ୍ରଫି, ମାନପତ୍ର ସହ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଇମ୍ପାକ୍ଟ ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ସମାରୋହରେ ଅନ୍ତର୍ଜାତୀୟ ମହିଳା ଫୁଟବଲର ପ୍ୟାରୀ ଖାଖା ଓ ହକି ତାରକା ଶୀଳାନନ୍ଦ ଲାକ୍ରାଙ୍କୁ ମାନପତ୍ର ସହ ୫୦,୦୦୦ ଟଙ୍କା ଲେଖାଏ ଦିଆଯାଇ ସମ୍ମାନିତ କରାଯାଇଥିଲା। ସ୍ବସ୍ତି ଓ ପ୍ୟାରୀ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିବାବେଳେ ସମ୍ପ୍ରତି ବେଙ୍ଗାଲୁରୁରେ ଭାରତୀୟ ହକି ଦଳର କ୍ୟାମ୍ପରେ ଥିବାରୁ ଶୀଳାନନ୍ଦ ଅନୁପସ୍ଥିତ ରହିଥିଲେ। ତାଙ୍କ ଭାଇ ଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ୁଥିବାରୁ ଓଡ଼ିଶାକୁ ପଙ୍କଜ ପ୍ରଶଂସା କରିଥିଲେ। ”ଓଡ଼ିଶାରେ କ୍ରୀଡ଼ା ଏକ ଉତ୍ସବରେ ପରିଣତ ହୋଇଛି। କ୍ରୀଡ଼ା ଅର୍ଥ ସ୍ବଚ୍ଛତା, ସଚ୍ଚୋଟତା ଓ ସମ୍ମାନ। ମୋ ମତରେ କ୍ରୀଡ଼ାର ନୀତି କହିଲେ ଏହାକୁ ହିଁ ବୁଝାଏ। ପ୍ରଥମଥରପାଇଁ ମୁଁ ଓଡ଼ିଶା ଆସି ବହୁତ ଖୁସି ଅନୁଭବ କରୁଛି। ଓଡ଼ିଶା ସରକାର କ୍ରୀଡ଼ାପାଇଁ ବହୁତ କିଛି କରୁଛନ୍ତି। ତେଣୁ ଆଗାମୀ ଦିନରେ ଏଠାରୁ ନିଶ୍ଚିତ ଅଧିକରୁ ଅଧିକ କ୍ରୀଡ଼ାବିତ୍‌ ବାହାରିବେ“ ବୋଲି ‘ପ୍ରିନ୍ସ ଅଫ ଇଣ୍ଡିଆ’ଭାବେ ପରିଚିତ ପଙ୍କଜ ପ୍ରକାଶ କରିଥିଲେ। ପ୍ରତି ଖେଳାଳିଙ୍କ ଜୀବନରେ ଇମ୍ପାକ୍ଟର ବହୁତ ଗୁରୁତ୍ୱ ରହିଛି ବୋଲି ମୁଁ ଅନୁଭବ କରେ। ଏହା ହିଁ ସେମାନଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଥାଏ ବୋଲି କହିଥିଲେ ପଙ୍କଜ। ପ୍ରଣତି ନିଜ ଖେଳ ସମୟକୁ ମନେ ପକାଇବା ସହ ବର୍ତ୍ତମାନ ଏହା ମଧ୍ୟରେ ଆକାଶ ପାତାଳ ପ୍ରଭେଦ ଆସିଥିବା ପ୍ରକାଶ କରିଥିଲେ। ସ୍ବସ୍ତି କହିଥିଲେ ଯେ, ରାଜ୍ୟ ସରକାରଙ୍କ ସମର୍ଥନ ଯୋଗୁ ମୁଁ ଆଗକୁ ବଢ଼ିବା ସମ୍ଭବ ହୋଇପାରିଛି। ଆଗାମୀ ଦିନରେ ମୁଁ ରାଜ୍ୟ ଏବଂ ଦେଶପାଇଁ ଅଧିକରୁ ଅଧିକ ଗୌରବ ଆଣିବାକୁ ଚେଷ୍ଟା କରିବି। ଏକଲବ୍ୟ ପୁରସ୍କାର କମିଟି ଆବାହକ କିଶୋର ମହାନ୍ତି ଅତିଥିମାନଙ୍କୁ ସ୍ବାଗତ କରିଥିବାବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶୋଭନା ମିଶ୍ର। ଏହି କାର୍ଯ୍ୟକ୍ରମରେ ଏକଲବ୍ୟ ଜୁରି ସଦସ୍ୟ ଏବଂ ଅନେକ କ୍ରୀଡ଼ାବିତ୍‌ ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri