Categories: ଜାତୀୟ

ବାଡ଼ ଡେଇଁଲେ କ୍ରୀଡ଼ାମନ୍ତ୍ରୀ, ଧରିଲେ ପଦ୍ମ…

ନୂଆଦିଲ୍ଲୀ, ୨୯।୧୨: ମଣିପୁରର କ୍ରୀଡ଼ା ତଥା ଯୁବ ବ୍ୟାପାର ମନ୍ତ୍ରୀ ଲେଟ୍‌ପାଓ ହାଓକିପ୍‌ ନ୍ୟାଶନାଲ ପିପୁଲ୍ସ୍‌ ପାର୍ଟି(ଏନ୍‌ପିପି)ର ବାଡ଼ ଡେଇଁଛନ୍ତି। ରାଜଧାନୀ ଦିଲ୍ଲୀରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତରପୂର୍ବାଞ୍ଚଳ ଏବଂ ମଣିପୁରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କାମ କରିବା ଲାଗି ସେ ପଦ୍ମ ଧରିଥିବା ପ୍ରକାଶ କରିଛନ୍ତି।

ଆସନ୍ତା ୨୦୨୨ ବର୍ଷରେ ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ଲାଗି ଆଉ କିଛି ମାସ ବାକିଥିବାବେଳେ ଏନ୍‌ପିପିକୁ ଝଟ୍‌କା ଲାଗିଛି।

Share