ନବ ନିର୍ବାଚିତ ଭାରତୀୟ କୁସ୍ତି ସଂଘକୁ ନିଲମ୍ବନ କଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୪ା୧୨: ସଞ୍ଜୟ ସିଂହଙ୍କ ନେତୃତ୍ୱରେ ନବ ନିର୍ବାଚିତ ଭାରତୀୟ କୁସ୍ତି ସଂଘ(ଡବ୍ଲୁଏଫ୍ଆଇ)କୁ ନିଲମ୍ବନ କରିଛି କ୍ରୀଡ଼ା ମନ୍ତ୍ରାଲୟ। ଭାରତୀୟ କୁସ୍ତି ସଂଘର ବିଦ୍ୟମାନ ନିୟମାବଳୀକୁ ଆଡ କରି ରବିବାର ଦିନ ମନ୍ତ୍ରଣାଳୟ ଏହାର ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ ବ ନିର୍ବାଚିତ ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ମାନ୍ୟତା ରଦ୍ଦ କରାଯାଇଥିଲା ବେଳେ ତାଙ୍କର ସମସ୍ତ ନିଷ୍ପତ୍ତି ଉପରେ ରୋକ ଲାଗିଛି ମନ୍ତ୍ରାଳୟ।

ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ଡବ୍ଲୁଏଫ୍ଆଇର ସଭାପତି ଭାବରେ ନିର୍ବାଚିତ ହୋଇଥିବା ସଞ୍ଜୟ ସିଂ ବ୍ରିଜ ଭୂଷଣଙ୍କ ନିକଟତମ ବ୍ୟକ୍ତି ଅଟନ୍ତି। ଯଯାହାଙ୍କ ବିରୁଦ୍ଧରେ ବିନେଶ ଫୋଗାଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ ଭଳି ଦେଶର ଶ୍ରେଷ୍ଠ କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ନିର୍ବାଚନରେ ​​ସଞ୍ଜୟ ସିଂ ସର୍ବାଧିକ ଭୋଟ୍ ପାଇଥିଲେ ଏବଂ ଏହା ଜାତୀୟ ଫେଡେରେସନ୍ ଉପରେ ବିଦାୟୀ ସଭାପତି ବ୍ରିଜ ଭୂଷଣଙ୍କ ପରୋକ୍ଷ ନିୟନ୍ତ୍ରଣ ଥିବା କୁହାଯାଉଛି।

ନିର୍ବାଚନରେ ସଞ୍ଜୟ ସିଂ ସଭାପତି ଭାବରେ ନିର୍ବାଚିତ ହେବ ପରେ, ଖେଳାଳିମାନେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ସଞ୍ଜୟ ସଭାପତି ହେବାର କିଛି ସମୟ ପରେ ରିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ସାକ୍ଷୀ ମଲିକ୍ ଏହି ଖେଳରୁ ଅବସର ଘୋଷଣା କରିଥିଲେ। ଏଥିସହିତ ବଜରଙ୍ଗ ପୁନିଆ ମଧ୍ୟ ତାଙ୍କ ପଦ୍ମଶ୍ରୀଙ୍କୁ ଫେରାଇ ଦେଇଥିଲେ।

Share