Posted inଖେଳ

ଏହି ୪ ଖେଳାଳିଙ୍କୁ ହିଁ ରିଟେନ୍‌ କରିବ ମୁମ୍ବାଇ ଇଣ୍ଡିଆନ୍ସ, ରୋହିତଙ୍କୁ ନେଇ ଆସିଲା ବଡ଼ ଖବର…

ନୂଆଦିଲ୍ଲୀ,୧୭।୧୦: ଆଇପିଏଲ୍‌ ୨୦୨୫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ନିଷ୍ପତ୍ତି ନେଇଛି। ମେଗା ଅକ୍ସନ ପୂର୍ବରୁ ଦଳ ଯେଉଁ ୪ ଖେଳାଳିଙ୍କୁ ପ୍ରଥମେ ରିଟେନ୍‌ କରିବ ତାହା ସ୍ଥିର କରିଛି। ଏହାଛଡ଼ା ରୋହିତ ଶର୍ମାଙ୍କୁ ନେଇ ଚମକାଇବା ଭଳି ନିଷ୍ପତ୍ତି ନେଇଛି।

ରିପୋର୍ଟ ମୁତାବକ ମୁମ୍ବାଇ ଟିମ୍‌ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଟେନ୍‌ କରିବ। ଏହାଛଡ଼ା ଜସପ୍ରିତ ବୁମ୍‌ରା, ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଳରେ ରହିବେ। ଏହାଛଡ଼ା ସମସ୍ତଙ୍କୁ ଚମକାଇ ରୋହିତ ଶର୍ମାଙ୍କୁ ମଧ୍ୟ ଟିମ୍‌ରେ ରଖିବା ଲାଗି ଫ୍ରାଞ୍ଚାଇଜ ନିଷ୍ପତ୍ତି ନେଇଛି।

ପୂର୍ବରୁ ରୋହିତ ମୁମ୍ବାଇରୁ ଅଲଗା ହୋଇପାରନ୍ତି ବୋଲି କୁହାଯାଉଥିଲା। ଗତବର୍ଷ ରୋହିତଙ୍କୁ ଅଧିନାୟକ ପଦରୁ ହଟାଯାଇଥିଲା। ତାଙ୍କ ସ୍ଥାନରେ ହାର୍ଦ୍ଦିକ ଅଧିନାୟକ ହୋଇଥିଲେ। ହେଲେ ଦଳ ଖରାପ ପ୍ରଦର୍ଶନ ଯୋଗୁ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲା।

ତେବେ କେବଳ ମୁମ୍ବାଇ ନୁହେଁ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ନିଜର ରିଟେନ କରିଥିବା ଖେଳାଳି ନିଶ୍ଚିତ କରିଛି। ଦଳ ପ୍ରଥମେ ହେନରିକ କ୍ଲାସେନଙ୍କୁ ରିଟେନ୍‌ କରିବାକୁ ଯାୁଛି, ଯାହାଙ୍କୁ ସେ ୨୩ କୋଟି ଦେବେ। ଏହାଛଡ଼ା ପ୍ୟାଟ୍‌ କମିନ୍ସ, ଅଭିଷେକ ଶର୍ମାଙ୍କୁ ମଧ୍ୟ ରିଟେନ୍‌ କରିବା ଏକ ପ୍ରକାର ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

ଲଜ୍ଜାଜନକ ରେକର୍ଡ କଲେ କୋହଲି, ପ୍ରଶ୍ନ ଉଠାଇଲେ ସଞ୍ଜୟ ମାଞ୍ଜରେକର

ବେଙ୍ଗାଲୁରୁ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଦିନ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବା ବେଳେ ଦ୍ୱିତୀୟ ଦିନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି।...

ଆଇପିଏଲ୍‌ ପୂର୍ବରୁ ନୂଆ ବୋଲିଂ କୋଚ ନିଯୁକ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କିଏ ହେଲେ…

ମୁମ୍ବାଇ,୧୬।୧୦: ଆଇପିଏଲ ୨୦୨୫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ମୁମ୍ବାଇ ଦଳ ପାଇଁ ଏକ ନୂଆ ବୋଲିଂ କୋଚ ନିଯୁକ୍ତ...

ବୁମ୍‌ରାଙ୍କୁ ଉପଅଧିନାୟକ କରିବା ପଛର ରହସ୍ୟ ଖୋଲିଲେ ରୋହିତ ଶର୍ମା: ,ସବୁ ପଛରେ…

ବେଙ୍ଗାଲୁରୁ,୧୬।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠୁ ଆରମ୍ଭ ହେଉଛ। ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯିବ, ଏହା ପୂର୍ବରୁ ଭାରତୀୟ ଅଧିନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri