ନୂଆଦିଲ୍ଲୀ,୧୯।୧୧: ଆଇପିଏଲ୍ ୨୦୨୫ ମେଗା ଅକ୍ସନ ପାଇଁ ଆର୍ସିବି ପ୍ରସ୍ତୁତି ଜୋରଦାର କରିଛି। ଦଳ ୩ ଖେଳାଳିଙ୍କୁ ରିଟେନ୍ କରିଥିବା ବେଳେ ଅକ୍ସନରେ ୮୩ କୋଟି ଟଙ୍କା ଏବଂ ୩ ରାଇଟ୍ ଟୁ ମ୍ୟାଚ୍ କାର୍ଡ ସହ ଓହ୍ଲାଇବ। ବିଶେଷକରି ଯୁବ କ୍ରିକେଟରମାନଙ୍କୁ ଦଳ ପ୍ରାଧାନ୍ୟ ଦେବ। ଏହାକୁ ନେଇ ଟ୍ରାଏଲ୍ ରଖାଯାଇ ଅନେକ ଘରୋଇ କ୍ରିକେଟରଙ୍କ ଖେଳକୁ ତର୍ଜମା କରାଯାଉଛି। ଏମିତିରେ ଗୋଟିଏ ନାମ ଏଭଳି ଅଛି, ଯିଏ ଗତ ସିଜନରେ କୋଲକାତା ନାଇଟ୍ ରାଇଡର୍ସ ଟିମ୍ର ଅଂଶବିଶେଷ ଥିଲେ।
୧୯ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍ ଅଙ୍ଗକୁଶ ରଘୁବଂଶୀ ଆଇପିଏଲ୍ର ଗତ ସିଜନରେ ଚର୍ଚ୍ଚାରେ ରହିଥିଲେ। ସେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ନିଜର ଡେବ୍ୟୁ କରିଥିଲେ। ଏହି ସିଜନରେ ସେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ହେଁ ଦଳ ଏଥର ତାଙ୍କୁ ରିଟେନ୍ କରିନାହିଁ। ଏଣୁ ଅଙ୍ଗକୁଶ ମେଗା ଅକ୍ସନରେ ନଜର ଆସିବେ। ଏହାପୂର୍ବରୁ ସେ ଆର୍ସିବି ପକ୍ଷରୁ ଆୟୋଜିତ ଟ୍ରାଏଲ୍ସରେ ଭାଗ ନେଇଛନ୍ତି। ଅର୍ଥାତ ଆରସିବି ଟିମ୍ ତାଙ୍କ ଉପରେ ଦାମ୍ ଲଗାଇପାରେ ବୋଲି ଆଶା କରାଯାଉଛି।
କହିରଖୁଛୁ, ଗତ ଅକ୍ସନରେ କୋଲକାତା ଟିମ୍ ଅଙ୍ଗକୁଷଙ୍କୁ ୨୦ ଲକ୍ଷ ଟଙ୍କା ଦେଇ କିଣିଥିଲା। ସେ ଆଇପିଏଲ ୨୦୨୪ରେ କେକେଆର୍ର ୧୦ ମ୍ୟାଚ୍ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏଥିରେ ଗୋଟିଏ ଅର୍ଦ୍ଧଶତକ ସହ ୧୬୩ ରନ୍ ଥିଲା। ତେବେ କୋହଲି ଆଇପିଏଲ୍ରେ ଓପନର ଭାବେ ଖେଳିବାକୁ ଓହ୍ଲାଉଛନ୍ତି।ଏମିତିରେ ଆର୍ସିବି ତାଙ୍କୁ ନମ୍ବର-୩ରେ ବ୍ୟାଟିଂ ପାଇଁ ଚୟନ କରିପାରେ ବୋଲି କୁହାଯାଉଛି।
ଅଙ୍ଗକୁଷ ଦିଲ୍ଲୀର ବାସିନ୍ଦା। ହେଲେ ସେ ୧୧ ବର୍ଷ ବୟସରେ ମୁମ୍ବାଇ ଚାଲିଯାଇଥିଲେ। ସେ ଅଣ୍ଡର-୧୯ ବିଶ୍ୱକପ୍ ୨୦୨୨ରେ ଭାରତୀୟ ଟିମ୍ ପକ୍ଷରୁ ଖେଳିଥିଲେ। ଏହି ବିଶ୍ୱକପ୍ରେ ସେ ସର୍ବାଧିକ ସ୍କୋର କରିଥିଲେ। ଏହାଛଡ଼ା ସେ ଘରୋଇ କ୍ରିକେଟରେ ମଧ୍ୟ ପ୍ରଭାବି ବ୍ୟାଟିଂ କରିଛନ୍ତି। ଏଯାବତ ସେ ୩ ଫାଷ୍ଟ କ୍ଲାସ, ୫ ଲିଷ୍ଟ ଏ, ୧୭ ଟି୨୦ ମ୍ୟାଚ୍ ଖେଳିଛନ୍ତି।