Categories: ଖେଳ

କରାଟେ ସ୍କୁଲର ପ୍ରତିଷ୍ଠା ଦିବସରେ କ୍ରୀଡ଼ା ଖବରଦାତା ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୩୦।୮ (କ୍ରୀଡ଼ା ପ୍ରତିନିଧି): ଉତ୍କଳ କରାଟେ ସ୍କୁଲର ମୁଖ୍ୟ କାର୍ଯ୍ୟାଳୟଠାରେ ୪୨ତମ ପ୍ରତିଷ୍ଠା ଦିବସ ଓ ଜାତୀୟ କ୍ରୀଡ଼ା ଦିବସ ପାଳନ ହୋଇଛି। ଏହି ଅବସରରେ ୬ ଜଣ କ୍ରୀଡ଼ା ଖବରଦାତା ଏବଂ ପ୍ରଶାସକଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ପୂର୍ବତନ କ୍ରୀଡ଼ା ପ୍ରଶାସକ ତଥା ପ୍ରତିଷ୍ଠିତ ଲେଖକ ଅଶୋକ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ନିମନ୍ତେ ସମ୍ମାନିତ କରାଯାଇଛି। ଏହାବ୍ୟତୀତ ପ୍ରତାପ ପ୍ରଧାନ, ସୁଶାନ୍ତ କୁମାର ସାହୁ, ବିମଳ କୁମାର ରାଉଳ, ଦୂରଦର୍ଶୀର ସମ୍ପାଦକ ଦୁର୍ଗାଶିଷ ସାମନ୍ତରାୟ ଓ ଧରିତ୍ରୀର ବିଜୟ ରଣା ପ୍ରମୁଖଙ୍କୁ କ୍ରୀଡ଼ା ଖବର ପରିବେଷଣରେ ଶ୍ରେଷ୍ଠତ୍ୱ ପାଇଁ ସମ୍ବର୍ଦ୍ଧନା ଦିଆଯାଇଛି। ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ ଓ ସ୍ଥାନୀୟ କର୍ପୋରେଟର ରଞ୍ଜୁଲତା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବକୁ ସ୍କୁଲର ପ୍ରତିଷ୍ଠାତା ତଥା ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ଓ ଅନ୍ୟ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବ ପୂର୍ବରୁ ବିଭିନ୍ନ ଖେଳ ଯଥା କରାଟେ, ଶକ୍ତି ଉତ୍ତୋଳନ, ବନ୍ଧୁକ ଚାଳନାରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା।

Share