Categories: ଖେଳ

କ୍ରୀଡ଼ାବିତ୍‌, କୋଚ୍‌ ପୁରସ୍କୃତ

ଭୁବନେଶ୍ୱର,୧୦ା୭ (ତପନ ସ୍ବାଇଁ): ଓଡ଼ିଶାର ୫ କ୍ରୀଡ଼ାବିତ୍‌ ଓ କୋଚ୍‌ଙ୍କୁ ଅଷ୍ଟମ ମୁକୁନ୍ଦ ବରାଳ ସ୍ମାରକୀ କ୍ରୀଡା ପ୍ରତିଭା ଓ କ୍ରୀଡାଗୁରୁ ସମ୍ମାନ ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧିତ ହୋଇଥିବା କ୍ରୀଡାବିତମାନେ ହେଲେ ବାପି ଦାସ (କୁସ୍ତି), ଡି. ଭଗବାନ ରେଡ୍ଡି (କରାଟେ), ଶୁଭସ୍ମିତା ରାଉତ (ଫୁଟବଲ), ମହମ୍ମଦ ଅନସରୁଲ୍ଲ (ସଫ୍ଟ ଟେନିସ) ଓ ସୁସ୍ମିତା ଟିଗା (ଆଥଲେଟିକ୍ସ)। ସୁସ୍ମିତାଙ୍କୁ ଉଦୀୟମାନ ଆଥଲେଟ ପାଇଁ ପ୍ରଦାନ କରାଯାଉଥିବା ମୁକୁନ୍ଦ ବରାଳ ସ୍ମାରକୀ- ଅନୁରାଧା ବିଶ୍ବାଳ କ୍ରୀଡା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। କ୍ରୀଡାଗୁରୁ ଭାବେ ରବି ସେନାପତି (କୁସ୍ତି), ସୁଷମା ନନ୍ଦ (ଭଲିବଲ), ଅମୂଲ୍ୟ ବେହେରା (ହକି), ନୀଳମଣି ଦାସ (ଆଥଲେଟିକ୍ସ) ଓ ଗଣେଶ୍ବର ଗୋଚ୍ଛିକାର (ଯୋଗ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପୀୟୁଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବିଧୁଭୂଷଣ ନାୟକ, ନବରଞ୍ଜନ ପଟ୍ଟନାୟକ, ଡ. ବିଶ୍ବନାଥ ପଟ୍ଟନାୟକ, ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କର, ଅଲମ୍ପିଆନ ଅନୁରାଧା ବିଶ୍ବାଳ, ଶିକ୍ଷାବିତ ଡ. ବଦ୍ରିନାଥ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରଷ୍ଟି ନବକିଶୋର ବରାଳ, କୈବଲ୍ୟ ବରାଳ ଓ ଅଜିତ କୁମାର, ଗୌରୀଶଙ୍କର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ପୁରୀର ପ୍ରଥମ କୁସ୍ତି ଗୁରୁ ଭାବେ ପରିଚିତ ମୁକୁନ୍ଦ ବରାଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଦୀୟମାନ କ୍ରୀଡାବିତ୍‌ ଓ କ୍ରୀଡାଗୁରୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

Share