ଦାରିଙ୍ଗବାଡି, ୯।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଶନିବାର ଠାରୁ ସୋମବାର ୩ ଦିନ ଧରି ଶୀତ ମହୋତ୍ସବ ପାଳନ କରାଯିବ ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତୀ ଜୋରଦାର କରାଯାଇଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ଜିଲା ଓ ସ୍ଥାନୀୟ କଳାକାର ମାନଙ୍କୁ ସ୍ଥାନୀୟ ପ୍ରଶାସନ ଅଧିକା ଗୁରୁତ୍ୱ ପ୍ରଦାନ କରିଛି। ଦାରିଙ୍ଗବାଡିର ବିଭିନ୍ନ କଳାକାର, ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଯୋଗଦେଇ ନିଜ ନୃତ୍ୟ, ସଂଗୀତ ପରିବେଷଣ କରିଛନ୍ତି। ଯେଉଁ କଳାକାରମାନେ ଏଠି ମନୋନୀତ ହେବେ ସେମାନେ ଏହି ଶୀତ ମହୋତ୍ସବ ମଞ୍ଚ ରେ ନିଜ ପ୍ରତିଭା ପ୍ରଦର୍ଶନ କରିପାରିବେ।
ଏହି କାର୍ଯ୍ୟକ୍ରମରେ ଦାସିଙ୍ଗବାଡିର ଚାଙ୍ଗୁ ବାଦ୍ୟ, ଶିଶୁ ମନ୍ଦିର ଓ ଗୁରୁ ପ୍ରିୟଙ୍କା ସାହୁଙ୍କ ନୃତ୍ୟ ଦଳ ସମେତ ପାରମ୍ପରିକ ଜନଜାତି ନୃତ୍ୟ, ସଙ୍ଗୀତ ଆଦିର ସ୍କ୍ରିନିଂ କରାଯାଇଛି । ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱରେ ସ୍କ୍ରିନିଂ କମିଟିର ସଦସ୍ୟ ତଥା ପ୍ରଧାନ ଶିକ୍ଷକ ବିଦେଶୀ ନାୟକ, ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ, ଶିକ୍ଷୟିତ୍ରୀ ରଞ୍ଜୁ ବଳିୟାର ସିଂ, ସନ୍ତୋଷ କୁମାର ସାହୁପ୍ରମୁଖ ଏହାର ବିଚାରକ ମଣ୍ଡଳୀରେ କାର୍ଯ୍ୟ କରିଛନ୍ତି। ଏହାକୁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ଓଡିଶା ଜୀବିକା ମିଶନର ବିପିଏମ ପିଣ୍ଟୁ ନାୟକ,ଶିକ୍ଷକ ଶ୍ୟାମସୁନ୍ଦର ଦିଗାଲ ପ୍ରମୁଖ ପରିଚାଳନା କରିଥିଲେ।