Categories: ବାଣିଜ୍ୟ

ନୀତାଙ୍କୁ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର ଆଓ୍ବାର୍ଡ

ଭୁବନେଶ୍ୱର,୭।୧୨:ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍‌. ଅମ୍ବାନୀଙ୍କୁ ନିକଟରେ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର (ମହିଳା) ଆଓ୍ବାର୍ଡ (ପୁରସ୍କାର)ରେ ସମ୍ମାନିତ କରାଯାଇଛି। ବିଶେଷକରି କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୀତାଙ୍କୁ ଉପରୋକ୍ତ ଆଓ୍ବାର୍ଡ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀଠାରେ ଆୟୋଜିତ ସିଆଇଆଇ ସ୍କୋରକାର୍ଡ଼-୨୦୨୩ ସମ୍ମାନ ସମାରୋହରେ ନୀତାଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲାବେଳେ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷର ମାନକ ସ୍ଥାପନ କରିଥିବାରୁ ରିଲାଏନ୍ସ ଫାଉଣ୍ଡେଶନକୁ ମଧ୍ୟ କର୍ପୋରେଟ ଆଓ୍ବାର୍ଡ (କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର) ପ୍ରଦାନ କରାଯାଇଛି।
ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍‌. ଅମ୍ବାନୀ କହିଛନ୍ତି, ସିଆଇଆଇ ସ୍ପୋଟର୍‌ସ ବିଜ୍‌ନେସ୍‌ ଆୱାର୍ଡ ସମାରୋହରେ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର ପୁରସ୍କାର ଏବଂ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ଗ୍ରହଣକରି ମୁଁ ବେଶ୍‌ ଗୌରବାନ୍ବିତ ଅନୁଭବ କରୁଛି। ଚଳିତ ବର୍ଷ ବାସ୍ତବରେ ଭାରତର କ୍ରୀଡ଼ା ଉତ୍କର୍ଷର ବର୍ଷ ହୋଇଥିବାବେଳେ ବିବିଧ କ୍ରୀଡ଼ାରେ ମେଡାଲ ଜିତି ଓ ବିଜୟୀ ହୋଇ ଆମ ଆଥ୍‌ଲେଟମାନେ ବିଶ୍ୱସ୍ତରରେ ଦେଶର ଗୌରବ ବଢ଼ାଇଛନ୍ତି।

Share