ଲଡର୍ସ,୧୨।୮: ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ। ମ୍ୟାଚ୍ର ପ୍ରଥମ ଦିନ ଷ୍ଟାଣ୍ଡ୍ସରେ ନଜର ଆସିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସେ ବିସିସିଆଇ ସମ୍ପାଦକ ଜୟ ଶାହ, ଉପ ସଭାପତି ରାଜିବ ଶୁକ୍ଲା, ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ମୁଖ୍ୟ ଟମ ହାରିସନଙ୍କ ସହ କ୍ରିକେଟର ମଜା ନେଇଥିଲେ।
ଦୀର୍ଘ ଦିନ ପରେ ଗାଙ୍ଗୁଲିଙ୍କ ଦେଖିବାକୁ ମିଳିଥିଲା ତାଙ୍କର ବଡ଼ ପ୍ରଶଂସକ ତଥା ପୂର୍ବତନ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜିଓଫ୍ରେ ବୟକଟ୍ଙ୍କ ସହ। କୌତୁହଳର ବିଷୟ ହେଲା, ଗାଙ୍ଗୁଲିଙ୍କୁ ‘ପ୍ରିନ୍ସ ଅଫ୍ କୋଲକାତା’ ନାମ ଦେଇଥିଲେ ବୟକଟ।
ୟୁକେ ସରକାର ଗତ ୮ ତାରିଖରେ ଭାରତକୁ ରେଡ୍ ତାଲିକାରୁ ହଟାଇ ଅମ୍ବର ଲିଷ୍ଟରେ ସାମିଲ କରିଛି। ଫଳରେ ୟୁକେ ସ୍ବାସ୍ଥ୍ୟ ପ୍ରୋଟୋକଲ ଅନୁଯାୟୀ, କୋଭିଡ୍-୧୯ ଟିକାର ଉଭୟ ଡୋଜ ନେଇଥିବା ବ୍ୟକ୍ତିମାନଙ୍କୁ ବାଧ୍ୟତାମୂଳକ ୧୦ ଦିନିଆ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ନାହିଁ।