ସାତଜନ୍ମର ସାଥୀ ହେଲେ ୨ ଦିବ୍ୟାଙ୍ଗ, ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ବରଗଡ଼,୨୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବନ୍ଧପାଲି ଗ୍ରାମର ଚଞ୍ଚଳା ମାଝୀ ଏବଂ ସମ୍ବଲପୁର ଜିଲା ଗମ୍ଭାରିପଙ୍କ ଗ୍ରାମର ଶାନ୍ତନୁ ମଟାରୀ ଜନ୍ମରୁ ଦିବ୍ୟାଙ୍ଗ। ଉଭୟେ ଭଲ ଭାବେ କଥାବାର୍ତ୍ତା କିମ୍ବା ଠିକ୍‌ ଭାବେ ଚଲାବୁଲା କରି ପାରନ୍ତି ନାହିଁ। ତେବେ ସେମାନେ ଗୁରୁବାର ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ଏହି ଅବସରରେ ପାଓ୍ବାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ପକ୍ଷରୁ ବରଗଡ଼ ଟାଉନ ଥାନା ପରିସରରେ ରହିଥିବା ଶିବ ମନ୍ଦିରରେ ସେମାନଙ୍କ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହରେ ନ ଥିଲା ଯାନି ଯୌତୁକ। ରୀତିନୀତି ଅନୁସାରେ ପଣ୍ଡିତ ସେମାନଙ୍କ ବିବାହ ସମ୍ପନ୍ନ କରିଥିଲେ। ସୁବାସ ଅଗ୍ରଓ୍ବାଲ ସସ୍ତ୍ରୀକ କନ୍ୟାଦାନ କରିଥିଲେ। ଜିଲାର ବିଭିନ୍ନ ଅନୁଷ୍ଠାନ ବିବାହରେ ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଆଶୀର୍ବାଦ ଏବଂ ଉପହାର ପ୍ରଦାନ କରିଥିଲେ। ପରସ୍ପରକୁ ଜୀବନସାଥୀ ଭାବେ ପାଇ ନବଦମ୍ପତି ସେମାନଙ୍କ ଖୁସି ବ୍ୟକ୍ତ କରିଥିଲେ। ସେହିପରି ଭଗବାନଙ୍କ କୃପା ଥିଲେ ଏଭଳି କନ୍ୟାଦାନ କରିବା ପାଇଁ ସୌଭାଗ୍ୟ ମିଳେ ବୋଲି କନ୍ୟାଦାନ କରିଥିବା ସୁବାସ ଅଗ୍ରଓ୍ବାଲ କହିଛନ୍ତି। ପାଓ୍ବାର ଅଫ୍‌ ଦିବ୍ୟାଙ୍ଗ ଆଗରୁ ମଧ୍ୟ ଏଭଳି ବିବାହ କରିଛି ଏବଂ ଆଗକୁ ମଧ୍ୟ ଏହି ଧାରା ବଜାୟ ରଖିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଶ୍ୟାମସୁନ୍ଦର ଅଗ୍ରଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଘାଟରେ ପୋଲିସକୁ ଅତର୍କିତ ଆକ୍ରମଣ,୨ କନ୍‌ଷ୍ଟେବଲ ଗୁରୁତର

ଛେନାପଦି,୨୫।୩(ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ଜମ୍ଭିରା ବାଲିପଦା ନିକଟରେ ପ୍ରବାହିତ ବୈତରଣୀ ନଦୀ ବାଲିଘାଟରେ ପୋଲିସକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଚୋରା...

ବିଧାନସଭାରେ ଠେଲାପେଲା: ପୋଲିସ-କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ୱର,୨୫।୩: ବିଧାନସଭା ଆଗରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା-ପୋଲିସ। ଭିତରକୁ ଯିବାକୁ ଚାହୁଁଥିବାବେଳେ ପୋଲିସ ରୋକିବାକୁ ନେଇ କଂଗ୍ରେସ ନେତା ଓ ପୋଲିସ ମଧ୍ୟରେ...

ପିଏମ୍‌ ଆଓ୍ବାର୍ଡ ନେଇ କୋରାପୁଟରେ କେନ୍ଦ୍ରୀୟ ଟିମ୍‌, ୪ ବ୍ଲକ୍‌ ପରିଦର୍ଶନ କରି…

କୋରାପୁଟ/ଲକ୍ଷ୍ମୀପୁର,୨୫ା୩(ଅମିତାଭ ବେହେରା/ଅନନ୍ତ ନାୟକ)- କୋରାପୁଟ ଜିଲା ଗସ୍ତରେ ଆସିଥିବା ୨ ଜଣିଆ କେନ୍ଦ୍ରୀୟ ଟିମ୍‌ ମଙ୍ଗଳବାର ସ୍ଥାନୀୟ ମ୍ୟୁନିସିପାଲିଟି, ବ୍ଲକ, ସେମିଳିଗୁଡ଼ା,ଦଶମନ୍ତପୁର ଓ ଲକ୍ଷ୍ମୀପୁର ଆଦି...

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଟି ଆର୍‌ଆଇ ଦୀପ୍ତିରଞ୍ଜନ

ଅସ୍ତରଙ୍ଗ,୨୫ା୩(ପ୍ରଦୀପ୍ତ କୁମାର ଦୀକ୍ଷିତ)-ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଅସ୍ତରଙ୍ଗ ତହସିଲ୍‌ ଅଧୀନ କେନ୍ଦ୍ରାପଟି ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ଦୀପ୍ତିରଞ୍ଜନ ମହାପାତ୍ର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଖବର...

ବିଧାନସଭାରେ ଠେଲାପେଲା, ଆହତ ହେଲେ…

ଭୁବନେଶ୍ୱର,୨୫।୩: ବିଧାନସଭାରେ ସୁରକ୍ଷାକର୍ମୀ-କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଲବି ଗେଟ ବନ୍ଦ କରିବାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଲବିକୁ ଆସୁଥିବାବେଳେ ଗୃହକୁ ପ୍ରବେଶ...

ବିଧାନସଭାରେ ସୁରକ୍ଷାକର୍ମୀ-ବିଧାୟକ ଠେଲାପେଲା, ତାତିଲା କଂଗ୍ରେସ

ଭୁବନେଶ୍ୱର,୨୫।୩: କଂଗ୍ରେସର ୧୨ ଜଣ ସଦସ୍ୟ ଆସନ୍ତା ୭ଟି କାର୍ଯ୍ୟଦିବସ ଲାଗି ଗୃହରୁ ନିଲମ୍ବିତ ହୋଇଛନ୍ତି। ବିଧାନସଭାରେ ଚରମ ବିଶୃଙ୍ଖଳା କରୁଥିବା ଅଭିଯୋଗ ଅଣାଯାଇ ସେମାନଙ୍କୁ...

ଅଭିଯୁକ୍ତଙ୍କୁ ନେଇ ସିନ୍‌ ରିକ୍ରିଏଶନ କଲା ପୋଲିସ,ବଳାତ୍କାରର ଡେମୋ ଦେଖାଇଲେ…

ସୋରଡା,୨୫ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଗାଜଲବାଡି ଖଜୁରିପଲି ଗ୍ରାମ ନିକଟ କୋଟାମଣି ପାହାଡ ତଳ ଜଙ୍ଗଲରୁ ଗତ ଶନିବାର ନର କଙ୍କାଳ ଓ ଖପୁରି...

ଋଷିକୂଲ୍ୟା ବଞ୍ଚାଓ ଅଭିଯାନ ପଦଯାତ୍ରା ଉଦ୍‌ଯାପିତ

ଗଞ୍ଜାମ, ୨୫।୩(ବିଦ୍ୟାଧର ସାହୁ ): ଋଷିକୂଲ୍ୟା ପାଣି ଲୋକଙ୍କର, କମ୍ପାନୀକୁ ପାଣି ଯୋଗାଇବା, ଋଷିକୂଲ୍ୟା ଉପର ଖଣ୍ଡରେ ପ୍ରବାହିତ ଡ୍ୟାମ ନିର୍ମାଣ ବାତିଲ ଆଦି ଦାବିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image