Categories: ବାଣିଜ୍ୟ

ଏସ୍‌ପିପିଏଲ୍‌ର ଷ୍ଟଲ୍‌ଓ୍ବାର୍ଟ ସ୍କାଏସିଟି ଲୋକାର୍ପିତ

ଭୁବନେଶ୍ୱର,୧୯।୬(ଅଭୟ ଦାଶ): ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ କମ୍ପାନୀ ଷ୍ଟଲ୍‌ଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ୍‌ ଲିମିଟେଡ୍‌ (ଏସପିପିଏଲ) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ସୁବିଧା ଅନ୍ତର୍ଗତ ଏକ ସର୍ବବୃହତ ପ୍ରକଳ୍ପ ‘ଷ୍ଟଲ୍‌ଓ୍ବାର୍ଟ ସ୍କାଏସିଟି’ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ରବିବାର ଉକ୍ତ ପ୍ରକଳ୍ପର ଲୋକାର୍ପିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍କାଏ ସିଟିର ପ୍ରବନ୍ଧକ ସୁବ୍ରତ ସାହୁ, ପ୍ରୋଜେକ୍ଟ ମ୍ୟାନେଜର ଧର୍ମେନ୍ଦ୍ର ସ୍ବାଇଁ, ପ୍ରୋଜେକ୍ଟ ମୁଖ୍ୟ ସୁବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଏସ୍‌ପିପିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ କହିଛନ୍ତି, ବର୍ତ୍ତମାନର ଚାହିଦା ଓ ଆବଶ୍ୟକତାକୁ ନଜରରେ ରଖି ଏଭଳି ଏକ ସର୍ବବୃହତ ପ୍ରକଳ୍ପର ପରିକଳ୍ପନା ସହ ଗ୍ରାହକଙ୍କୁ ସେମାନଙ୍କର ମନ ମୁତାବକ ଘର ଯୋଗାଇ ଦେବାକୁ ଆମେ ଲକ୍ଷ୍ୟ ରଖିଛୁ। ଏପରିକି ଉକ୍ତ ପ୍ରକଳ୍ପ ଭୁବନେଶ୍ୱର ନିକଟସ୍ଥ ପଟିଆ ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଛି। ବିଶେଷ କରି ବହୁ ତଳ ବିଶିଷ୍ଟ ଉକ୍ତ ଆପାର୍ଟମେଣ୍ଟରେ ବର୍ତ୍ତମାନ ସମୟର ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ। ଅପରପକ୍ଷରେ ସ୍କାଏ ସିଟି ପ୍ରକଳ୍ପର ଫ୍ଲାଟଗୁଡିକ କ୍ରେତାଙ୍କ ଜୀବନକୁ ଆରାମଦାୟକ ଓ ସୁବିଧାଜନକ କରିବାକୁ ସମ୍ପୂର୍ଣ୍ଣ ସକ୍ଷମ ହୋଇଥିବା ବେଳେ ଏହାର ସମସ୍ତ ଫ୍ଲାଟଗୁଡିକ ତିନି ପାର୍ଶ୍ୱରୁ ଖୋଲା ପରିବେଶ ରହିଛି। ସେହିଭଳି ଉକ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ବାସ୍ତୁଶାସ୍ତ୍ର ଆଧାରିତ ଓ ନୀତି ନିୟମ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଉକ୍ତ ପ୍ରକଳ୍ପରେ ସନ୍ତରଣ ସୁବିଧI ସହ ଶିଶୁ ଓ ବୟସ୍କମାନଙ୍କ ନିମନ୍ତେ ପୂର୍ଣ୍ଣ ସଜ୍ଜିତ ବ୍ୟାୟାମଶାଳା (ଜିମନାସିୟମ), ପାଠାଗାର, କ୍ଲବ ହାଉସ, ପାର୍କ, ଖେଳପଡ଼ିଆ ସମେତ ଆହୁରି ଅନେକ ପ୍ରାଥମିକ ସୁବିଧା ସାମିଲ ରହିଛି। ସୂଚନାଯୋଗ୍ୟ ଉକ୍ତ ପ୍ରକଳ୍ପରେ ମୋଟ ୪ଟାୱାର ରହିଛି,ସେଥିମଧ୍ୟରୁ ୨ଟି ଆବାସିକ ହୋଇଥିବାବେଳେ ଅନ୍ୟ ୨ ଟି ଅନ୍ୟ କାର୍ଯ୍ୟ ପାଇଁ ଉପଲବ୍ଧ। ସେହିପରି ୨ଟି ଆବାସିକ ଟାଓ୍ବାର ଯଥାକ୍ରମେ ୩୬ ଏବଂ ୧୩ ମହଲା ବିଶିଷ୍ଟ ହୋଇଥିବାବେଳେ ଉକ୍ତ ୨ଟି ଟାଓ୍ବାରରେ ୩ବିଏଚକେ, ୩ବିଏଚକେ+ସରଭାଣ୍ଟ ରୁମ, ୪ବିଏଚକେ, ୪ବିଏଚକେ+ସରଭାଣ୍ଟ ରୁମ ଏବଂ ପେଣ୍ଟ ହାଉସ ସମେତ ମୋଟ ୪୧୦ଟି ବାସଗୃହ ରହିଛି। ପ୍ରଥମ ଟାୱାରରେ ୫୬ଟି ବାଣିଜି୍ୟକ ସ୍ଥାନ ଏବଂ ଚତୁର୍ଥ ଟାୱାରରେ କ୍ଲବ ହାଉସ ସହିତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିଛି।

Share