Categories: ଜାତୀୟ

ବିହାର ମଦ ମୃତ୍ୟୁ ଘଟଣାକୁ ନେଇ ତେଜିଲା ରାଜନୀତି

ପାଟନ,୫ ।୧୧: ବିହାରରେ କେବଳ କାଗଜ ପତ୍ରରେ ମଦ ବିକ୍ରିକୁ ବିରୋଧ କରାଯାଇଛି । ହେଲେ ଏହି ମଦ ଏବେ ପୁଣିଥରେ ମୃତ୍ୟୁର କାରଣ ପାଲଟିଛି ଆଉ ଉଜାଡି ଦେଇଛି ଅନେକ ପରିବାର । ଦୀପାବଳିରେ ବିହାର ଗୋପାଳଗଞ୍ଜ ଓ ବେତିୟାରେ ବିଷାକ୍ତ ମଦ ପିଇ ଏବେ ପର୍ଯ୍ୟନ୍ତ ୩୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଗୋପଳଗଞ୍ଜରେ ୨୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବେତିୟାରେ ୧୧ ଲୋକଙ୍କ ଜୀବନ ଗଲାଣି । ବିଷାକ୍ତ ମଦ ପିଇ କିଛି ଲୋକଙ୍କ ଆଖିକୁ ଆଉ ଦେଖାଯାଉନାହିଁ । ଏହା ପୂର୍ବରୁ ଗତ ସପ୍ତାହରେ ମୁଜାଫରପୁରରେ ବି ବିଷାକ୍ତ ମଦ ପିଇ ୬ ଜଣଙ୍କ ଜୀବନ ଯାଇଥିଲା । ଏହି ଘଟଣାକୁ ନେଇ ବିହାରର ବିରୋଧି ଦଳ ନେତା ତେଜସ୍ୱୀ ଯାଦବ ଏଥିପାଇଁ ନୀତୀଶ ସରକାରଙ୍କୁ ଦାୟି କରିଥିବା ବେଳେ, ଏଠାରେ କେବଳ କାଗଜ ପତ୍ରରେ ମଦ ଉପରେ ପ୍ରତିବନ୍ଧକ ଲଗାଯାଇଛି । କିନ୍ତୁ ଖୋଲାଖୋଲି ଭାବେ ଏହାର ବିକ୍ରି ଫଳରେ ଲୋକଙ୍କ ଜୀବନ ଯାଉଛି । ଏହି ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ଯେଉଁ ବିବାଦୀୟ ବୟାନ ଦେଇଥିଲେ ତାକୁ ନେଇ ବି ରାଜନୀତି ଆରମ୍ଭ ହେଇଯାଇଛି । ନୀତୀଶ କହିଥିଲେ, ଇଆଡୁ ସିଆଡୁ ଖାଇଲେ ପରିଣତି ତ ଏହାହିଁ ହେବ । ନୀତୀଶଙ୍କ ଏହି ବୟାନ ଏବେ ଖୁବ୍ ଚର୍ଚ୍ଚାରେ ।

Share