ନୂଆଦିଲ୍ଲୀ,୧୪।୫: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣ ଅଭିଯାନ ଦ୍ରୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ କୋଭାକ୍ସିନ ଏବଂ କୋଭିଶିଲ୍ଡ ପରେ ଦେଶରେ ରୁଷିଆ ଟିକା ସ୍ପୁଟନିକ-ଭିକୁ ମଞ୍ଜୁରୀ ମିଳିଛି। ଏହି ଟିକା ଆସନ୍ତା ସପ୍ତାହରେ ବଜାରରେ ଉପଲବ୍ଧ ହେବ। ଶୁକ୍ରବାର ଏହାର ଦାମ ଘୋଷଣା କରାଯାଇଛି। ଏହାର ଦାମ ୯୪୮ ଟଙ୍କା ସହ ଜିଏସ୍ଟି ବାବଦକୁ ୫ ପ୍ରତିଶତ ରହିଛି। ଏହାକୁ ମିଶାଇ ମୋଟ ଟିକାର ଦାମ ପ୍ରତି ଡୋଜ୍ ୯୯୫.୪୦ ଟଙ୍କା ରହିଛି। ଭାରତରେ ଏହି ଟିକାର ପିରଚାଳନା ଦାୟିତ୍ୱରେ ଥିବା ହାଇଦ୍ରାବାଦର ଜକ୍ଚର ରେଡ୍ଡୀ ଏହି ଦର ଘୋଷଣା କରିଛି।