Posted inଜାତୀୟ

ରାଜଭବନରେ କରାଯାଉଛି ଗୁପ୍ତଚରୀ: ମମତା ସରକାରଙ୍କ ବିରୋଧରେ ରାଜ୍ୟପାଳଙ୍କ ଅଭିଯୋଗ…

କୋଲକାତା,୨୧।୧୧ : ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ମଙ୍ଗଳବାର କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ରାଜଭବନ ଉପରେ ଗୁପ୍ତଚରୀ କରୁଛନ୍ତି। ଏସମ୍ପର୍କରେ ତାଙ୍କ ପାଖରେ ନିର୍ଭରଯୋଗ୍ୟ ସୂଚନା ରହିଛି। ସେ କହିଛନ୍ତି ସମ୍ପୃକ୍ତ ବିଭାଗକୁ ଏ ସମ୍ପର୍କରେ ଅବଗତ କରାଯାଇଛି। ପୂର୍ବ ରାଜ୍ୟପାଳଙ୍କ ପରି ସିଭି ଆନନ୍ଦ ମଧ୍ୟ ମମତା ବାନାର୍ଜୀ ସରକାରଙ୍କ ସହ ମୁହାଁମୁହିଁ ହୋଇଛନ୍ତି।

ନ୍ୟୁଜ ଏଜେନ୍ସି ସହିତ କଥାବାର୍ତ୍ତା କରି ସିଭି ଆନନ୍ଦ ବୋଷ କହିଛନ୍ତି, ଏହା ସତ୍ୟ। ମୁଁ ସମ୍ପୃକ୍ତ ବିଭାଗର ଉତ୍ତରକୁ ଅପେକ୍ଷା କରିଛି। ନଭେମ୍ବର ମାସର ଆରମ୍ଭରୁ, ବୋଷ ରବୀନ୍ଦ୍ରନାଥ ଟାଗୋରଙ୍କ ନାମ ଥିବା ନୂତନ ଫଳକ ସ୍ଥାପନ ଉପରେ ବିଶ୍ୱବିଦ୍ୟାଳୟରୁ ରିପୋର୍ଟ ମାଗିଥିଲେ। ସେ ରାଜଭବନର ଉତ୍ତର ଦ୍ୱାରର ନାମକୁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଫାଟକରେ ପରିବର୍ତ୍ତନ କରିଥିଲେ। ଯେତେବେଳେ କମ୍ପ୍ଲେକ୍ସ ଭିତରେ ଟାଗୋରଙ୍କ ନାମ ବିନା ଅନ୍ୟ କିଛି ଫଳକ ଲଗାଯାଇଥିଲା ସେତେବେଳେ ବିବାଦ ଆରମ୍ଭ ହୋଇଥିଲା।

ନିକଟରେ ରାଜ୍ୟରେ ଜଣେ ଟିଏମସି କର୍ମୀଙ୍କୁ ହତ୍ୟା କରାଯାଇଥିଲା। ଏହାର ଉତ୍ତରରେ ରାଜ୍ୟପାଳ କିଛି ଦିନ ପୂର୍ବରୁ କହିଥିଲେ ପଶ୍ଚିମବଙ୍ଗ ରାଜନୀତିରେ ହିଂସା ସଂସ୍କୃତି ରହିଛି। ସେ କହିଥିଲେ, ଆଇନ ନିଜର କାମ କରିବ। ଆମେ ନିଶ୍ଚିତ ଭାବେ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଏବଂ ରାଜଭବନ ମଧ୍ୟ ଏହାର କର୍ତ୍ତବ୍ୟ କରିବେ। ହିଂସା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଆଇନଗତ କାର୍ଯ୍ୟ ସହିତ ସାମାଜିକ ପଦକ୍ଷେପ ମଧ୍ୟ ହେବା ଜରୁରୀ। ହିଂସା ରାଜ୍ୟର ରାଜନୀତିରେ ପ୍ରଭାବ ପକାଉଛି। ହିଂସାର ଏହି ସଂସ୍କୃତି ବନ୍ଦ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

‘ମନ୍‌ କି ମାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ...

ଷ୍ଟେଶନରେ ଦଳାଚକଟା, ୯ ଆହତ

ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍‌ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି।  କିଛି ଲୋକ ମାସେ ପୂର୍ବରୁ ଟିକେଟ୍‌ ବୁକିଂ କରିଥିଲେ,...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri