ସ୍ପାଏଓ୍ବେର କ୍ୱାଡ୍ରିମ୍‌ ଟାର୍ଗେଟରେ ରାଜନେତା, ଖବରଦାତା

ଓ୍ବାଶିଂଟନ, ୧୨ା୪: ପେଗାସସ୍‌ ଭଳି ଆଉ ଏକ ସ୍ପାଏଓ୍ବେର ଆକ୍ରମଣ ମଙ୍ଗଳବାର ସାମ୍‌ନାକୁ ଆସିଛି। ଉତ୍ତର ଆମେରିକା, କେନ୍ଦ୍ରୀୟ ଏସିଆ, ଦକ୍ଷିଣପୂର୍ବ ଏସିଆ, ୟୁରୋପ ଏବଂ ମଧ୍ୟପ୍ରାଚ୍ୟର କେତେଜଣ ରାଜନେତା, ଖବରଦାତା କ୍ୱାଡ୍ରିମ୍‌ ନାମକ ନୂଆ ସ୍ପାଏଓ୍ବେର ଟାର୍ଗେଟ୍‌ର ଶିକାର ହୋଇଛନ୍ତି। ହ୍ୟାକରମାନେ କ୍ୱାଡ୍ରିମ୍‌ ସ୍ପାଏଓ୍ବେର ବ୍ୟବହାର କରି ନେତା, ସାମ୍ବାଦିକ ଏବଂ ଏନ୍‌ଜିଓ କର୍ମଚାରୀଙ୍କ ଆଇଫୋନ୍‌କୁ କ୍ୟାଲେଣ୍ଡର ଭାବରେ ଛଦ୍ମ ମାଲ୍‌ଓ୍ବାର ପଠାଇ ଏହାକୁ ହ୍ୟାକ୍‌ କରିଥାନ୍ତି। ଏଭଳି ହ୍ୟାକ୍‌ର ଶିକାର ହୋଇଥିବା ଲୋକଙ୍କୁ ମାଇକ୍ରୋସଫ୍ଟ ଏବଂ ସିଟିଜେନ୍‌ ଲାବ୍‌ର ଗବେଷକମାନେ ଚିହ୍ନଟ କରିଛନ୍ତି। ମାଇକ୍ରୋସଫ୍ଟ ଥ୍ରେଟ୍‌ ଇଣ୍ଟେଲିଜେନ୍ସ ଶେୟାର କରିଥିବା ନମୁନା ବିଶ୍ଳେଷଣ ଆଧାରରେ ସିଟିଜେନ୍‌ ଲାବ୍‌ ଏକ ଇଣ୍ଡିକେଟର ବିକଶିତ କରିଥିଲା। କ୍ୱାଡ୍ରିମ୍‌ ସ୍ପାଏଓ୍ବେର ଦ୍ୱାରା ଟାର୍ଗେଟର ଶିକାର ହୋଇଥିବା ଅନୂ୍ୟନ ୫ ଜଣ ସିଭିଲ୍‌ ସୋସାଇଟି କର୍ମୀଙ୍କୁ ଉକ୍ତ ଇଣ୍ଡିକେଟର ଚିହ୍ନଟ କରିବାରେ ସମର୍ଥ ହୋଇଥିବା ସିଟିଜେନ୍‌ ଲାବ୍‌ କହିଛି। କ୍ୱାଡ୍ରିମ୍‌ ସ୍ପାଏଓ୍ବେରକୁ ନିୟୋଜିତ କରିବା ଲାଗି ଏକ ସନ୍ଦିଗ୍ଧ ଆଇଓଏସ୍‌ ୧୪ ଜିରୋ-କ୍ଲିକ୍‌ ଏକ୍ସପ୍ଲଏଟ୍‌କୁ ବ୍ୟବହାର କରାଯାଇଥିବା ଗବେଷକମାନେ ଚିହ୍ନଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନ ନିମ୍ନ ସଦନରେ ସଂଖ୍ୟାଗରିଷ୍ଠତା ହରାଇଲା ଶାସକ ମେଣ୍ଟ

ଟୋକିଓ,୨୯ା୧୦: ଜାପାନ ପାର୍ଲାମେଣ୍ଟର ୪୬୫ ସଦସ୍ୟବିଶିଷ୍ଟ ନିମ୍ନ ସଦନରେ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ଶାସକ ମେଣ୍ଟ ସଂଖ୍ୟାଗରିଷ୍ଠତା ହରାଇଛି। ରବିବାର ଅନୁଷ୍ଠିତ ପାର୍ଲାମେଣ୍ଟ ନିର୍ବାଚନରେ ଇଶିବାଙ୍କ ଲିବେରାଲ...

ରେକର୍ଡ ସ୍ତରରେ ସବୁଜ ଗୃହ ବାଷ୍ପ ନିର୍ଗମନ

ଜେନେଭା, ୨୯।୧୦: ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ର ସ୍ତର ୨୦୨୩ରେ ଏକ ନୂତନ ରେକର୍ଡ ଛୁଇଁଛି। କେବଳ ଗତ ୨ ଦଶନ୍ଧି ମଧ୍ୟରେ ୧୦%ରୁ ଅଧିକ ଗ୍ରୀନ୍‌ ହାଉସ୍‌...

୧୦୦ ହମାସ୍‌ ଆତଙ୍କବାଦୀ ଗିରଫ

ଜେରୁଜେଲମ୍‌,୨୯ା୧୦: ଇସ୍ରାଏଲୀ ସୈନ୍ୟ ଉତ୍ତର ଗାଜାର କମଲ ଅଡଓ୍ବାନ ହସ୍ପିଟାଲରେ ଚଢ଼ାଉ କରି ପ୍ରାୟ ୧୦୦ ଜଣ ସନ୍ଦିଗ୍ଧ ହମାସ୍‌ ଆତଙ୍କବାଦୀଙ୍କୁ ଗିରଫ କରିଥିବା ଏହାର ସେନା...

ନିର୍ବାଚନ ପରବର୍ତ୍ତୀ ହିଂସା ଆଶଙ୍କା କଲେ ଆମେରିକୀୟ ଭୋଟର

ଓ୍ବାଶିଂଟନ,୨୮ା୧୦: ୨୦୨୦ ଭଳି ଏଥର ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଘଟିପାରେ ବୋଲି ଅନେକେ ଆମେରିକୀୟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିକଟରେ ଏପି-ଏନ୍‌ଓଆର୍‌ସି...

କାନାଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ୪ ଭାରତୀୟଙ୍କ ଚାଲିଗଲା ଜୀବନ

ଓଟ୍ଟାଓ୍ବା,୨୮ା୧୦: କାନାଡାର ଓଣ୍ଟାରିଓ ପ୍ରଦେଶରେ ଏକ କାର୍‌ ଦୁର୍ଘଟଣାରେ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାରେ କାର୍‌ଟି...

ଇସ୍ରାଏଲ୍‌ ଆକ୍ରମଣରେ ଗଲାଣି ୧୭୬ ସାମ୍ବାଦିକଙ୍କ ଜୀବନ

ଗାଜା ସିଟି,୨୮ା୧୦:ଗାଜାର ଏକ ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ଉପରେ ଇସ୍ରାଏଲ୍‌ର ବୋମାମାଡ଼ ଯୋଗୁ ୫ ଜଣ ଖବରଦାତାଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ଗତବର୍ଷ ଅକ୍ଟୋବର...

ଚାଇନାକୁ ଟାର୍ଗେଟ କଲେ ଟ୍ରମ୍ପ, କହିଲେ ଆମେରିକା ନିକଟରେ ଅଛି…

ଓ୍ବାଶିଂଟନ,୨୮।୧୦: ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏକ ନିର୍ବାଚନ ରାଲିରେ କହିଛନ୍ତି ଯେ ଚାଇନା ସହିତ ବିବାଦ ହେଲେ ଆମେ ସେମାନଙ୍କୁ ପରାସ୍ତ...

ପ୍ରଧାନମନ୍ତ୍ରୀ ହିଁ ବନ୍ଦ କରିପାରିବେ ଯୁଦ୍ଧ, ମୋଦିଙ୍କ ଲିଡରଶିପକୁ ପ୍ରଶଂସା କଲେ ଜେଲନସ୍କି

କ୍ୱିଭ,୨୮।୧୦: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଅଢେଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି। ହେଲେ ଯୁଦ୍ଧ ବନ୍ଦ ହେବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri