ରାତି ପାହିଲେ ଭୋଳାନାଥଙ୍କୁ କରିଥାନ୍ତେ ଜଳଲାଗି: ହେଲେ ଅଧାରେ ରହିଲା କାଉଡ଼ିଆଙ୍କ ପାଣିଭାର

ଭୁବନେଶ୍ୱର,୨୮।୬: ଯାଜପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ବୈତରଣୀରେ ବୁଡ଼ି ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଣ୍ଡାରିପୋଖରି ଅନ୍ତର୍ଗତ ରହଣିଆ ଅଞ୍ଚଳର ପୁରୁଷୋତମପୁର ଗାଁର ପ୍ରଶାନ୍ତ ସାମଲ। ଶ୍ରାବଣ ସୋମବାରରେ ଭୋଳାନାଥଙ୍କୁ ଜଳଲାଗି କରିବା ପାଇଁ ବଲ୍ଲଭୀ ଘାଟ ନିକଟରୁ ପାଣି ଉଠାଇବା ବେଳେ ଏହି ଅଘଟଣ ଘଟିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Share