Categories: ଜାତୀୟ

ଭାଜପାରୁ ଇସ୍ତଫା ଦେଲେ ଶ୍ରାବନ୍ତି

କୋଲକତା,୧୧।୧୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଭାଜପାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଛି। ଅନେକ ନେତା ଦଳ ଛାଡିବାର ଦେଖାଯାଇଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ଶ୍ରାବନ୍ତି ଚାଟାର୍ଜୀ ଭାଜପାରୁ ଇସ୍ତଫା ଦେଇଛନ୍ତି। ସେ ଟଇଟର୍‌ ଯୋଗେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ଭାଜପାରୁ ସମସ୍ତ ସମ୍ପର୍କ କାଟୁଛି। ଯେଉଁ ଦଳ ପାଇଁ ମୁଁ ଶେଷଥର ପାଇଁ ନିର୍ବାଚନ ଲଢିଥିଲି। ବଙ୍ଗାଲ ହିତକୁ ଆଗକୁ ବଢାଇବାରେ ଦଳ ସକ୍ଷମ ହୋଇନାହିଁ। ଏହି କାରଣରୁ ସେ ଦଳ ଛାଡିଥିବା କହିଛନ୍ତି। ଏବେ ସେ କେଉଁ ଦଳରେ ଯୋଗ ଦେବେ ସେ ନେଇ ସୂଚନା ଦେଇନାହାନ୍ତି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଶ୍ରାବନ୍ତି ଭାଜପାରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନରେ ପ୍ରଭାବିତ ହୋଇ ସେ ଦଳରେ ଯୋଗ ଦେଇଥିବା କହିଥିଲେ।

Share