ଭୁବନେଶ୍ୱର, ୧୧।୧୧(କ୍ରୀଡ଼ା ପ୍ରତିନିଧି);ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଫୁଟବଲ ଖେଳାଳି ରାଜେନ୍ଦ୍ର ପ୍ରସାଦ ସିଂ ଏବଂ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓଡ଼ିଶାର ଫୁଟବଲ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ଫୁଟବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଏକ ବିବୃତ୍ତି ଜରିଆରେ ଏହା ସ୍ପଷ୍ଟ କରିଛନ୍ତି। ସୂଚନା ଅନୁସାରେ ଫୁଟବଲକୁ ପ୍ରମୋଟ କରିବା ପାଇଁ ୨ ଜଣ ସେଲିବ୍ରେଟି ଖେଳାଳିଙ୍କୁ ଆମ୍ବାସାଡର କରିବା ପାଇଁ ରାଜ୍ୟ ଆସୋସିଏଶନ ଗୁଡ଼ିକୁ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ)ର ନିର୍ଦ୍ଦେଶ ରହିଛି।