ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହେବ ୟାସ୍ । ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା । ବାତ୍ୟା ପ୍ରଭାବରେ ୨୪ ତାରିଖ ସନ୍ଧ୍ୟାରୁ ପବନ ବହିବା ଆରମ୍ଭ ହେବ । ଓଡ଼ିଶାର ୪ଟି ଜିଲାରେ ଅଧିକ ପ୍ରଭାବ ପଢିବା ଆଶଙ୍କା କରାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ଅଧିକ କ୍ଷୟକ୍ଷତି ଘଟିପାରେ । ଏବଂ କଟକ, ଯାଜପୁର ଓ ମୟୁରଭଞ୍ଜରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର ଜିଲାରେ କିଭଳି ବାତ୍ୟା ମୁକାବିଲା ପ୍ରସ୍ତୁତି କରାଯାଇଛି