ବନ୍ଦ ହେଲା ଧାରାବାହିକ, ଚଳଚ୍ଚିତ୍ର ଶୁଟିଂ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଲକ୍‌ଡାଉନ୍‌ ସତ୍ତ୍ୱେ ବୋଲ ମାନୁନାହିଁ କରୋନା। ତେଣେ ଦିନକୁ ଦିନ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳିସ୍ଥିତିରେ ଜରୁରୀକାଳୀନ ସେବା ବ୍ୟତିତ ଅନ୍ୟ ସମସ୍ତ ସେବାକୁ ବନ୍ଦ କରିଦିଆଯାଇଥିବା ବେଳେ ରବିବାର ଏସ୍‌ଆର୍‌ସିଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି। ଏବେ ଧାରାବାହିକ ଏବଂ ଚଳଚ୍ଚିତ୍ରର ଶୁଟିଂ ହୋଇପାରିବ ନାହିଁ। ସମସ୍ତ ପ୍ରକାର ଇନ୍‌ଡୋର, ଆଉଟଡୋର ଶୁଟିଂ ବନ୍ଦ ପାଇଁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତିି। ତେବେ ଶୁଟିଂ ସେଟ୍‌ରେ ଅଧିକ ଲୋକଙ୍କ ସମାଗମ ହେଉଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସି ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Share