ଶ୍ରୀଜଗନ୍ନାଥ ପ୍ରଶାସନ ଫାଇଲ ମିଳିଗଲା

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ରାଜ୍ୟ ଆଇନ ବିଭାଗ ଅଫିସରେ ହଜିଯାଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସମ୍ପର୍କିତ ୨ଟି ପୁରୁଣା ଫାଇଲ ମିଳିଯାଇଛି। ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଶୁକ୍ରବାର ଆଇନ ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ବିଭାଗ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଉକ୍ତ ଫାଇଲ ଏକ ସାଧାରଣ ଫାଇଲ। ଏହା ନ ମିଳିବା ଉଦ୍ଦେଶ୍ୟ ପ୍ରଣୋଦିତ ନ ଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସମ୍ପର୍କିତ ଦୁଇଟି ଫାଇଲ ନ ମିଳିବା ବା ହଜିଯାଇଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ସରକାରଙ୍କ ନଜରକୁ ଆସିଛି। ଏ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ, ଏହି ଦୁଇଟି ଫାଇଲ ବହୁ ପୁରାତନ ହୋଇଥିବାରୁ ଏବଂ ପୁରୁଣା ଫାଇଲରେ ମିଶିବା ଯୋଗୁ ଏହାକୁ ଖୋଜିବା କଷ୍ଟକର ଥିଲା। ଉଭୟ ଫାଇଲକୁ ଖୋଜିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଆଇନ ବିଭାଗର ପ୍ରମୁଖ ସଚିବ ଧନେଶ୍ୱର ମଲ୍ଲିକ ଭିଡିଓ ବାର୍ତ୍ତା ଜରିଆରେ ହଜିଯାଇଥିବା ୨ଟି ପୁରୁଣା ଫାଇଲ ମିଳିଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ ନଂ ଭୂତଳ ମାର୍କେଟ୍‌ରେ ଭୟଙ୍କର ନିଆଁ: ଜଳିଗଲା ଏକାଧିକ ଦୋକାନ

ଭୁବନେଶ୍ୱର,୧ା୧୧: ରାଜଧାନୀ ଭୁବନେଶ୍ୱରସ୍ଥିତ ୧ ନଂ ଭୂତଳ ମାର୍କେଟ୍‌ରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗି ଏକାଧିକ କପଡ଼ା ଦୋକାନ ଜଳିଯାଇଛି। ଖବର ପାଇ ଅଗ୍ନିଶମ...

ଭୁବନେଶ୍ୱରରେ ଅଗ୍ନିକାଣ୍ଡ: ଜଳିଗଲା ୩ ଦୋକାନ

ଭୁବନେଶ୍ୱର,୩୧।୧୦: ଭୁବନେଶ୍ୱର ବାପୁଜୀନଗର ଭେଣ୍ଡିଂ ଜୋନ୍‌ରେ ଗୁରୁବାର ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୩ଟି ଦୋକାନ ଜଳି ପୋଡିଯାଇଛି। ଖବର ପାଇ...

ବାପ-ପୁଅ ହତ୍ୟା ମାମଲା: ଧରାପଡ଼ିଲେ ୪ ଅଭିଯୁକ୍ତ

ପୁରୀ,୩୧।୧୦(ଅଜିତ୍‌ କୁମାର ମହାନ୍ତି): ପୁରୀ ସଦର ସମଙ୍ଗରାରେ ଘଟିଥିବା ଡବଲ ମର୍ଡର ଘଟଣାରେ ଗୁରୁବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୋଲିସ l ଗିରଫ...

ପୁରୀରେ ବାଣ ବସ୍ଫୋରଣ: ୩ ଗୁରୁତର

ପୁରୀ,୩୧।୧(ଅଜିତ୍‌ କୁମାର ମହାନ୍ତି): ପୁରୀ ସଦର ଥାନା ଅଧୀନ ବାଟଗାଁ ରାଉତ ସାହିରେ ଗୁରୁବାର ବାଣ ବିସ୍ଫୋରଣ ହୋଇ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମଧ୍ୟରେ...

ଦୀପାବଳିରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ନଭେମ୍ବର ୧ରୁ ଖୋଲିବ କୁଲଡିହା ଅଭୟାରଣ୍ୟ

ନୀଳଗିରି,୩୧।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଦୀପାବଳିରେ ଆସିଲା ଏକ ଖୁସି ଖବର। ବର୍ଷା ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ...

ଦୀପାବଳିରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ଚାଲିଗଲା ଦୁଇ ବାଇକ୍‌ ଆରୋହୀଙ୍କ ଜୀବନ

କେନ୍ଦୁଝର,୩୧।୧୦: ଆଜି ଆଲୋକର ପର୍ବ ଦିପାବଳି। ସବୁଟି ଉତ୍ସବର ମାହୋଲ। ଏଭଳିସ୍ଥିତିରେ କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥ ଝୁମ୍ପୁରା ଥାନା ରାଜାବସା ନିକଟରେ...

ବ୍ରିଜ ଉପରୁ ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ମହିଳା

କୋରାପୁଟ,୩୧।୧୦: କୋରାପୁଟ ଜିଲା ଦୁରୁଗୁଡ଼ା ନିକଟରେ ଗୁରୁବାର ବ୍ରିଜ ଉପରୁ ଜଣେ ମହିଳା କୋଲାବ ଜଳଭଣ୍ଡାରକୁ ଡେଇଁ ପଡ଼ିଛନ୍ତି। ମିଳିଥିବା ସୂଚନା ମୁତାବକ, ମହିଳା ଜଣକ...

ନଦୀପଠାରେ ବାଣ ବଜାର, ସୁରକ୍ଷା ବ୍ୟବସ୍ଥା ଶୂନ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପଠାରେ ଖୋଲିଛି ବାଣ ବଜାର। ସ୍ଥାନୀୟ ଅଗ୍ନିଶମ ବିଭାଗ ନଦୀକୂଳରେ ବାଣ ବଜାର ଖୋଲିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri