୨୪ ବର୍ଷ ଧରି ଭଙ୍ଗାଘରେ ପୂଜା ପାଉଛନ୍ତି ଶ୍ରୀଜଗନ୍ନାଥ

ଗୋପ,୨୨।୫(ଡି.ଏନ୍‌.ଏ.): ପୁରାତନ ଫୁଲୁବାଙ୍କ ମଠ ଏବେ ଜରାଜୀର୍ଣ୍ଣ ଓ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଦୀର୍ଘ ୨୪ ବର୍ଷ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟିଏ ଭଙ୍ଗାଘରେ ପୂଜା ପାଉଥିବାବେଳେ କେହି ଏଥିପ୍ରତି ଗୁରୁତ୍ୱ ନ ଦେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ମଠର ମହନ୍ତ ଭାଗୀରଥି ଦାସ ଗଁା ଗଁାରେ ମାଗିଯାଚି ପ୍ରଭୁଙ୍କ ନୀତି କରୁଥିବାବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଭାଙ୍ଗି ପଡ଼ିଥିବା ନଳକୂପକୁ ମଧ୍ୟ ମରାମତି କରୁନାହିଁ। ରାଜ୍ୟ ସରକାର ବିଭିନ୍ନ ମଠ ମନ୍ଦିରର ପୁନଃ ଉଦ୍ଧାର କରୁଥିବାବେଳେ କାହିଁକି ଏହି ପୁରାତନ ମଠ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ ତା’ ମଧ୍ୟ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
କୁହାଯାଏ ସତ୍ୟଯୁଗରେ ଶ୍ରୀଜଗନ୍ନାଥ ଓ ପ୍ରଭୁ ରାମଚନ୍ଦ୍ର ଏହି ସ୍ଥାନରେ ରହିଥିଲେ। ଜଙ୍ଗଲ ମଧ୍ୟରେ ଥିବା ମଠରେ ରହି ଗୋରୁଙ୍କୁ ଜଙ୍ଗଲରେ ଥିବା ହିଂସ୍ର ଜୀବଙ୍କଠାରୁ ସୁରକ୍ଷା ଦେଉଥିଲେ। ସେ ସମୟରେ ମଠକୁ ଆସୁଥିବା ସାଧୁସନ୍ଥ ଓ ସନ୍ନ୍ୟାସୀଙ୍କୁ କେବଳ ଗୋରୁଙ୍କ କ୍ଷୀର ପ୍ରସାଦ ଭାବେ ଦିଆଯାଉଥିଲା ବୋଲି ଜନଶ୍ରୁତି ରହିଛି। କ୍ରମଶଃ ଏହି ପୁରାତନ ମଠର ସଂସ୍କୃତି ପରମ୍ପରା ରୀତିନୀତି ବନ୍ଦ ହୋଇଗଲାଣି। ଏହି ମନ୍ଦିର ୧୯୯୯ ମସିହା ପ୍ରଳୟଙ୍କରୀ ମହାବାତ୍ୟାରେ ଭାଙ୍ଗିରୁଜି ଯିବାରୁ ମଠ ପକ୍ଷରୁ ଏକ ଆଜବେଷ୍ଟସ ଘରେ ମହାପ୍ରଭୁ ଜଗନ୍ନାଥ ପ୍ରତିମୂର୍ତ୍ତିକୁ ପୂଜା କରାଯାଉଛି। ଏହି ମଠର ପୁନଃ ଉଦ୍ଧାର କରିବାକୁ ସ୍ଥାନୀୟ ବାସିନ୍ଦା ଅଜିତ୍‌ ରାଉତରାୟ, ପ୍ରକାଶଚନ୍ଦ୍ର ପ୍ରଧାନ, ପ୍ରମୋଦ ନିଶଙ୍ଗ, ମାଧବାନନ୍ଦ ଦାଶ ପ୍ରମୁଖ ଦାବି କରିଛନ୍ତି। ଅପରପକ୍ଷେ ପ୍ରତ୍ୟେକ ଦିନ ଏହି ମଠକୁ ରୋଷେଇ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ପାନୀୟ ଜଳ ଓ ବିଦ୍ୟୁତ୍‌ ନ ଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି। ଏବେ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ମଠ ମନ୍ଦିରର ରକ୍ଷଣାବେକ୍ଷଣ ନିମନ୍ତେ ମାଗିଯାଚି ମରାମତି କରୁଥିବାବେଳେ ବାରମ୍ବାର ସ୍ଥାନୀୟ ବିଧାୟକ, ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। ଯଦି ଏହି ପୁରାତନ ଫୁଲୁବାଙ୍କ ମଠ ପ୍ରତି ଗୁରୁତ୍ୱ ଦିଆ ନ ଯାଏ, ତା’ ହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବାଲି କହିଛନ୍ତି। ଏ ସମ୍ପର୍କରେ ବିଡ଼ିଓ ଦୀପ୍ତିରାଣୀ ଦାସଙ୍କୁ ପଚାରିବାରେ ଅଚଳ ନଳକୂପ ଉପରେ ଖୁବ୍‌ଶୀଘ୍ର ଗୁରୁତ୍ୱ ଦେବା ସହ ଅନ୍ୟାନ୍ୟ ଅଭିଯୋଗ ଉପରେ ଜିଲା ପ୍ରଶାସନକୁ ଚିଠି ଲେଖିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri