Posted inଖେଳ

ଉଦ୍‌ଯାପନୀ ସମାରୋହରେ ଭାକରଙ୍କ ସହ ପତାକା ବାହକ ରହିବେ ଶ୍ରୀଜେଶ

ପ୍ୟାରିସ୍‌,୧୦ା୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଉଦ୍‌ଯାପନୀ ସମାରୋହ ପାଇଁ ଭାରତୀୟ ଦଳର ପତାକା ବାହକ ଦାୟିତ୍ୱ ନିର୍ବାହ କରିବେ ଭାରତୀୟ ହକି ଦଳର ଗୋଲ୍‌କିପର ପି.ଆର. ଶ୍ରୀଜେଶ। ପୂର୍ବରୁ ଶୁଟିଂ ସେନ୍‌ସେସନ୍‌ ମନୁ ଭାକର ପତାକା ବାହକ ଦାୟିତ୍ୱ ନିର୍ବାହ କରିବେ ବୋଲି ଘୋଷଣା କରାଯାଇଥିଲା। ଗୁରୁବାର ଅବସର ଘୋଷଣା କରିଥିବା ଶ୍ରୀଜେଶ୍‌ ଭାରତର ଅନ୍ୟତମ ଶ୍ରେଷ୍ଠ ସେଲିବ୍ରେଟେଡ ଗୋଲକିପର। ଶ୍ରୀଜେଶଙ୍କ ନାମ ଘୋଷଣା କରିବା ପୂର୍ବରୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ(ଆଇଓଏ) ସଭାପତି ପି.ଟି. ଉଷା ନୀରଜ ଚୋପ୍ରାଙ୍କ ସହ ଆଲୋଚନା କରିଥିଲେ। ନୀରଜ ଉଦ୍‌ଯାପନୀ ସମାରୋହରେ ମନୁଙ୍କ ସହିତ ପତାକା ବାହକ ରହିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଶ୍ରୀଜେଶ୍‌ଙ୍କ ନାମ ଶୁଣି ନୀରଜ ତୁରନ୍ତ ହଁ ଭରିଥିଲେ। ଚଳିତ ଅଲିମ୍ପିକ୍ସର ଜାଭେଲିନ୍‌ରେ ଅଂଶଗ୍ରହଣ କରିଥିବା ନୀରଜ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ପ୍ରଥମ ଭାରତୀୟ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥ୍‌ଲେଟ୍‌ ଭାବରେ ଦୁଇଟି ଅଲିମ୍ପିକ୍ସ ପଦକ ଜିତିବାରେ ସମର୍ଥ ହୋଇଛନ୍ତି।
ନୀରଜଙ୍କ ସହ ଆଲୋଚନା ପରେ ଉଷା କହିଥିଲେ, ମୁଁ ପ୍ରସ୍ତାବ ଦେବା ସଙ୍ଗେ ସଙ୍ଗେ ସେ ମାନି ଯାଇଥିଲେ। ଏପରି କି ଆଇଓଏ ପଚାରି ନ ଥିଲେ ନୀରଜ ନିଜ ଆଡୁ ଶ୍ରୀଜେଶ୍‌ଙ୍କ ନାମ ପ୍ରସ୍ତାବ କରିଥାନ୍ତେ ବୋଲି ମଧ୍ୟ କହିଥିଲେ। ଶ୍ରୀଜେଶ୍‌ଙ୍କ ନାମ ଭାବବିହ୍ବଳ ଓ ପପୁଲାର ଚଏସ ଆଧାରରେ ଚୟନ କରାଯାଇଥିବା କହିଛନ୍ତି ଉଷା। ଭାରତକୁ ବ୍ରୋଞ୍ଜ ପଦକ ଜିତାଇବା ପରେ ଶ୍ରୀଜେଶ୍‌ ଦୀର୍ଘ ୧୮ ବର୍ଷର କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଉଭୟ ଶ୍ରୀଜେଶ୍‌ ଓ ମନୁ ଭାକରଙ୍କୁ ଚଳିତ ଅଲିମ୍ପିକ୍ସ ଉଦ୍‌ଯାପନୀ ସମାରୋହରେ ପତାକା ବାହକ ଭାବରେ ଘୋଷଣା କରିଥିବାରୁ ଆମେ ଅତ୍ୟନ୍ତ ଗର୍ବିତ ବୋଲି ଆଇଓଏ ପକ୍ଷରୁ ଏକ ବିବୃତିରେ ପ୍ରକାଶ ପାଇଛି। ୩୬ ବର୍ଷୀୟ ଶ୍ରୀଜେଶ୍‌ଙ୍କୁ ବ୍ରୋଞ୍ଜ ପଦକ ସହ ଭାରତୀୟ ହକି ଦଳ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିବା ବେଳେ ବର୍ତ୍ତମାନ ଏହା ଆଇଓଏର ଦାୟିତ୍ୱ ବୋଲି କହିଛନ୍ତି ଉଷା। ଶ୍ରୀଜେଶ୍‌ ଭାରତୀୟ ହକି ଦଳ ସହିତ ଅଲିମ୍ପିକ୍ସ ଜିତିଥିବା ବେଳେ ମନୁ ସ୍ବାଧୀନ ଭାରତର ପ୍ରଥମ ଆଥ୍‌ଲେଟ ଭାବରେ ଗୋଟିଏ ସଂସ୍କରଣରେ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୧୦ ମିଟର ଏୟାର ପିସ୍ତଲ ଓ ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ମନୁ ଉଭୟ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ, ପ୍ରଥମ ଭାରତୀୟ ଭାବେ…

ପୁଣେ,୨୫।୧୦: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜୟସ୍ବାଲ ୨୦୨୪ରେ ଟେଷ୍ଟ କ୍ରିକେଟରେ ୧୦୦୦ ରନ୍‌ ପୂରଣ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ବାମହାତୀ ଏହି ବ୍ୟାଟ୍ସମ୍ୟାନ୍‌ ନ୍ୟୁଜିଲାଣ୍ଡ...

ସାଣ୍ଟନର୍‌ଙ୍କ ଆଗରେ ମୁଣ୍ଡ ନୁଆଁଇଲା ଟିମ୍‌ ଇଣ୍ଡିଆ: ନ୍ୟୁଜିଲାଣ୍ଡର ଦବ୍‌ଦବା ଜାରି

ପୁଣେ,୨୫।୧୦: ଭାରତ-ନ୍ୟୁଜିଲାଣ୍ଡ ପୁଣେ ଟେଷ୍ଟରେ ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ନ୍ୟୁଜିଲାଣ୍ଡ ୫ ଉଇକେଟ ହରାଇ ୧୯୮ ରନ ସଂଗ୍ରହ କରିଥିଲା। ଦ୍ୱିତୀୟ...

ମୁଁ ଖୁବ୍‌ଶୀଘ୍ର କରିବି ବଡ଼ ଘୋଷଣା:ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୋଷ୍ଟକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବ୍ରେକ୍‌ରେ ଅଛନ୍ତି। କିନ୍ତୁ ଶୁକ୍ରବାର ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି, ଯାହାକୁ ନେଇ...

କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌

ପୁଣେ,୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣେ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ କୋହଲି କିଛି ବିଶେଷ କରିପାରି ନ ଥିଲେ। ସେ ମାତ୍ର ଏକ ରନ ସ୍କୋର...

ଦ୍ୱିତୀୟ ଟେଷ୍ଟରେ ପୁଣି ଭାରତର ବ୍ୟାଟିଂ ବିପର୍ଯ୍ୟୟ; ୧୫୬ ରେ ଅଲଆଉଟ

ପୁଣେ,୨୫ା୧୦: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏମସିଏ) ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯାଉଛି। ଶୁକ୍ରବାର ମ୍ୟାଚର ଦ୍ୱିତୀୟ ଦିନ।...

ଷ୍ଟାଡିୟମ୍‌ରେ ପାଣି ପାଇଁ ହାହାକାର: ୨୦ ଦର୍ଶକ ମେଡିକାଲ୍‌ରେ ଆଡମିଟ୍‌

ପୁଣେ,୨୫ା୧୦: ପାଣି ବୋତଲ ପହଞ୍ଚିବାରେ ବିଳମ୍ବ କାରଣରୁ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଦର୍ଶକଙ୍କୁ ହଇରାଣ ହେବାକୁ ପଡିଛି। ଷ୍ଟାଡିୟମରେ ପାଣି ଅଭାବ ଯୋଗୁ ପରିସ୍ଥିତି ବିଗିଡି...

ବଡ଼ ଅଫର୍‌କୁ ନା କହିଲେ କେଏଲ୍‌ ରାହୁଲ: ଆଇପିଏଲ କ୍ୟାରିୟର୍‌କୁ ନେଇ ଉଠିଲା ପ୍ରଶ୍ନ

ନୂ୍‌ଆଦିଲ୍ଲୀ,୨୫।୧୦: ଆଇପିଏଲ ମେଗା ନିଲାମ ୨୦୨୫ ପୂର୍ବରୁ ଲକ୍ଷୌ ସୁପର ଜିଆଣ୍ଟସ(ଏଲ୍‌ଏସ୍‌ଜି)ରେ କେ.ଏଲ ରାହୁଲଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଏଲ୍‌ଏସ୍‌ଜି ଅଧିନାୟକ କେ.ଏଲ ରାହୁଲଙ୍କୁ...

ସ୍ତନ କର୍କଟ ବିଜ୍ଞାପନ ଦେଇ ଫସିଲା ଯୁବରାଜ ସିଂଙ୍କ ଏନ୍‌ଜିଓ

ନୂଆଦିଲ୍ଲୀ,୨୫ା୧୦:ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ଏନ୍‌ଜିଓ ‘ୟୁଓ୍ବିକ୍ୟାନ୍‌’ ପକ୍ଷରୁ ସ୍ତନ କର୍କଟ ସଚେତନତା ପାଇଁ ଦିଲ୍ଲୀ ମେଟ୍ରୋରେ ଦିଆଯାଇଥିବା ବିବାଦୀୟ ବିଜ୍ଞାପନ ସମାଲୋଚିତ ହୋଇଛି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri