୨୫ ବର୍ଷ ପରେ ପୁରୀ ଶ୍ରୀକ୍ଷେତ୍ରରେ ହୋଇଛି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ୩ ଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା ବେଶ କାର୍ଯ୍ୟ । ଭୋର ୪ଟା ପରିବର୍ତେ ସକାଳ ୭ଟାରେ ହେଲା ବେଶ । କାର୍ତିକ ମଳ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହୋଇଥାଏ । ଧନୁ, ତୀର, ହଳ, ମୁଶଳ ଓ ଚକ୍ର ଆଦି ଧରି ବୀର ବେଶରେ ରତ୍ନ ସିଂହାସନରେ ଶୋଭାପାଇଥାଆନ୍ତି ଶ୍ରୀଜିଉ ।