Categories: ଖେଳ

ଶ୍ରୀଶଙ୍କରଙ୍କୁ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା

ପଟିଆଲା, ୧୭ା୩ (ପି.ଟି.)- ଲଙ୍ଗ ଜମ୍ପର ମୁରଲୀ ଶ୍ରୀଶଙ୍କର ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଠାରେ ଫେଡେରେଶନ କପ୍‌ ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ୮.୨୬ ମିଟର ଜମ୍ପ୍‌ କରି ନିଜ ଜାତୀୟ ରେକର୍ଡକୁ ଭଙ୍ଗ କରିଛନ୍ତି। ପୁରୁଷ ଲଙ୍ଗ୍‌ଜମ୍ପ୍‌ରେ ଅଲିମ୍ପିକ୍ସ ପାଇଁ କ୍ୱାଲିଫିକେଶନ ସଂଖ୍ୟା ୮.୨୨ ମିଟର ରଖାଯାଇଛି। କେରଳର ଏହି ୨୧ ବର୍ଷୀୟ ଆଥଲେଟ୍‌ ତାଙ୍କ ୫ମ ପ୍ରଚେଷ୍ଟାରେ ୮.୨୧ ମିଟର ଜମ୍ପ୍‌ କରିଥିଲେ। ପୂର୍ବରୁ ୨୦୧୮ରେ ୮.୨୦ ମିଟର ଜମ୍ପ କରି ସେ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। କେରଳର ଅନ୍ୟ ଜଣେ ଜମ୍ପର ମହମ୍ମଦ ଆନିସ୍‌ ୟାହିୟା (୮ମିଟର) ଏବଂ କର୍ନାଟକର ଏସ୍‌. ଲୋକେଶ (୭.୬୦ ମିଟର) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ଜିତିଥିଲେ। ସୂଚନାଯୋଗ୍ୟ, ଇତିମଧ୍ୟରେ ୫ ରେସ୍‌ ଓ୍ବାକର ( ୨୦କିମି ପରୁଷ ଇଭେଣ୍ଟରେ କେ.ଟି. ଇର୍ଫାନ, ସନ୍ଦୀପ କୁମାର ଓ ରାହୁଲ ରୋହିଲା ଏବଂ ମହିଳା ୨୦କିମି ଇଭେଣ୍ଟରେ ଭାବନା ଜାଟ୍‌ ଓ ପ୍ରିୟଙ୍କା ଗୋସ୍ବାମୀ), ଦୁଇ ଜାଭେଲିନ୍‌ ଥ୍ରୋୟର (ନୀରଜ ଚୋପ୍ରା ଓ ଶିବପାଲ୍‌ ସିଂ), ଅବିନାଶ ସାବ୍‌ଲେ (ପୁରୁଷ ୩,୦୦୦ ମିଟର ପୁରୁଷ ଷ୍ଟିପଲ ଚେଜ୍‌) ଏବଂ ମିକ୍ସଡ ୪x୪୦୦ ମିଟର ରିଲେ ଟିମ୍‌ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।

Share