ଆରମ୍ଭ ହୋଇପାରୁନି ଶ୍ରୀସେତୁ କାମ

ପୁରୀ ଅଫିସ,୨୦।୭: ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ିତୋଳିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ କରିବାକୁ ଦୀର୍ଘମିଆଦୀ ରୋଡ୍‌ ମ୍ୟାପ ପ୍ରସ୍ତୁତ କରାଯାଇଛି। ଏଠାରେ ଭକ୍ତ, ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା ସୁବିଧା। ଏଥିପାଇଁ ଭିତ୍ତିଭୂମିର ବିକାଶ, ନୂଆ ବହୁଥାକିଆ ରାସ୍ତା, ସେତୁ, ହ୍ରଦ, ମାର୍କେଟ କମ୍ପ୍ଲେକ୍ସ, ପାର୍କିଂ ଆଦିର ପରିକଳ୍ପନା କରାଯାଇଛି। ଏପରି କି ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ କରାଯାଉଛି। ରାଜ୍ୟ ସରକାରଙ୍କ ସ୍ବପ୍ନର ପୁରୀର ଏକ ପ୍ରମୁଖ ଯୋଜନା ହେଉଛି ଶ୍ରୀସେତୁ ପ୍ରକଳ୍ପ। ରାଜ୍ୟର ପ୍ରଥମ ଏହି ଟ୍ରମ୍ପେଟ ସେତୁ ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ବାଇପାସ୍‌ଠାରୁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ହେବାକୁ ଥିବା ପିଲିଗ୍ରୀମ ସେଣ୍ଟରକୁ ସଂଯୋଗ କରାଯିବ। ଅବଢା ଯୋଜନାରେ ନିର୍ମାଣ ହେବାକୁ ଥିବା ଏହି ସେତୁ ପାଇଁ ୧୯୦କୋଟି ଟଙ୍କା ଖର୍ଚ୍ଚ କରାଯିବ। ରାସ୍ତା ଓ ବ୍ରିଜ୍‌ର ଲମ୍ବ ପ୍ରାୟ ୨.୩ କିମି ହେବ। କିନ୍ତୁ କରୋନା ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି। କରୋନା ପାଇଁ ଜମି ଅଧିଗ୍ରହଣ ବାଧାପ୍ରାପ୍ତ ହୋଇଥିଲା। ଏବେ ପୁନଶ୍ଚ ଜମି ଅଧିଗ୍ରହଣ ଆରମ୍ଭ ହୋଇଥିବାବେଳେ କେବେ ଏହାର କାମ ଆରମ୍ଭ କରାଯିବ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି।
ଶ୍ରୀ ସେତୁ ପାଇଁ ପୁରୀ ତହସିଲ ଅନ୍ତର୍ଗତ ୪ଟି ମୌଜା ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି ନଂ-୧ ଓ ଦାଣ୍ଡିମାଳ ସାହିର ବେସରକାରୀ ଓ ସରକାରୀ ଜମି ମିଶି ୩୭ ଏକର ୯୮୪ ଡେସିମିଲ ଅଧିଗ୍ରହଣ ହେବ। ମୋଟ ଜମି ମଧ୍ୟରୁ ବେସରକାରୀ ଜମି ୩୪ଏକର ୨୪୬ଡେସିମିଲ ଥିବାବେଳେ ସରକାରୀ ଜମି ୩ଏକର ୭୩୮ଡେସିମିଲ ରହିଛି। ଏଥିମଧ୍ୟରେ ସମଙ୍ଗ ମୌଜାରୁ ସର୍ବାଧିକ ବେସରକାରୀ ଜମି ୧୭ଏକର ୯୪୭ ଡେସିମିଲ ଜମି ଅଧିଗ୍ରହଣ କରାଯିବ। ସେହିପରି ଏହି ମୌଜାର ୦.୦୧୧ ଡେସିମିଲ ସରକାରୀ ଜମି ରହିଛି। ମାଟିତୋଟା ମୌଜାରେ ବେସରକାରୀ ଜମି ୧୨ଏକର ୬୫ ଡେସିମିଲ ଓ ସରକାରୀ ଜମି ୦.୧୬୨ ଡେସିମିଲ, ମାର୍କଣ୍ଡେଶ୍ୱର ସାହି ନଂ.-୧ ମୌଜାରୁ ବେସରକାରୀ ୧ଏକର ୭୦୩ ଡେସିମିଲ ଓ ସରକାରୀ ୩ଏକର ୪୬୫ ଡେସିମିଲ ଏବଂ ଦାଣ୍ଡିମାଳ ସାହି ମୌଜାରୁ ବେସରକାରୀ ୨ ଏକର ୫୪୬ ଡେସିମିଲ ଓ ସରକାରୀ ୦.୧୦୦ ଡେସିମିଲ ଜମି ଅଧିଗ୍ରହଣ କରାଯିବ। ତେବେ ଏହି ସରକାରୀ ଜମି ମଧ୍ୟରେ ମହାପ୍ରଭୁଙ୍କ ଜମି ମଧ୍ୟ ରହିଥିବା ଜଣାପଡ଼ିଛି।
ଜମି ଅଧିଗ୍ରହଣ ପୂର୍ବରୁ ସାମାଜିକ ପ୍ରଭାବ ନିର୍ଦ୍ଧାରଣ(ଏସ୍‌ଆଇଏ) ସର୍ଭେ କରାଯାଇଥିଲା। ଏସ୍‌ଆଇଏ ସର୍ଭେ ପରେ ଅଧିଗ୍ରହଣ ଚାଲିଥିଲା। ହେଲେ ମହାମାରୀ କରୋନା କଟକଣା ଯୋଗୁ ଅଧିଗ୍ରହଣ କାମ ବନ୍ଦ ରହିଥିଲା। ଏବେ ପୁଣି ଏହି ଅଧିଗ୍ରହଣ କାମ ଆରମ୍ଭ କରାଯାଇଛି। ଫଳରେ ଶ୍ରୀସେତୁ କାମ କେବେ ଆରମ୍ଭ ହେବ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏସମ୍ପର୍କରେ ଜିଲା ଭୂଅର୍ଜନ ଅଧିକାରୀ ପ୍ରଶାନ୍ତ ଜେନାଙ୍କୁ ପଚାରିବାରେ କରୋନା ଯୋଗୁ ପୁରୀର ସମସ୍ତ ବିକାଶମୂଳକ କାମ ବିଳମ୍ବ ହୋଇଛି। ଶ୍ରୀସେତୁ ପାଇଁ ଜମି ଅଧିଗ୍ରହଣ ଚାଲିଥିବାବେଳେ କରୋନା କଟକଣା ଯୋଗୁ ଏହା ବନ୍ଦ ରହିଥିଲା। ଏବେ ଅଧିଗହଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି। ଅଧିଗ୍ରହଣ ସରିବା ପରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରାଯିବ। ଶ୍ରୀସେତୁ ନିର୍ମାଣ ହେଲେ ଯାତ୍ରୀମାନେ ସିଧାସଳଖ ମଙ୍ଗଳାଘାଟ ବାଇପାସ୍‌ରୁ ଜଗନ୍ନାଥବଲ୍ଲଭ ମଠ ନିକଟରେ ପହଞ୍ଚତ୍ପାରିବେ ବୋଲି ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ସାଜିଲେ ସଇତାନ: ସାମାନ୍ୟ କଥାରେ ଗର୍ଭବତୀ ସ୍ତ୍ରୀଙ୍କ ବେକକୁ ଧାନକଟା ଦା’ରେ କାଟିଦେଲେ…

ପାତ୍ରପୁର, ୯ା୧(ଉମା ଚରଣ ନେପାକ)- ଜରଡା ଥାନା ସାମନ୍ତିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡକେରି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି l ସାମାନ୍ୟ କଥାକୁ...

୧୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୯ା୧(ଅନିଲ ଦାସ)- ଆସନ୍ତା ଜାନୁଆରୀ ୧୩ ତାରିଖ (ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ...

2036 Olympics: ଓଡ଼ିଶାରେ ହେବ ହକି, ଅହମ୍ମଦାବାଦ, ମୁମ୍ବାଇକୁ ମିଳିବ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ

ନୂଆଦିଲ୍ଲୀ,୯।୧: ଭାରତ ୨୦୩୬ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବା ଲାଗି ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏନେଇ ତାଙ୍କର ଆଗ୍ରହ ପ୍ରକାଶ...

ଥରାଉଛି ଶୀତ: ସନ୍ଧ୍ୟା ହେଲେ ଘରୁ ବାହାରିବା ହେଉଛି ମୁସ୍କିଲ

ରାଇକିଆ,୯।୨(ପ୍ରଦୀପ ବେହେରା): ବିଳମ୍ବରେ ହେଲେ ମଧ୍ୟ କନ୍ଧମାଳ ଜିଲାରେ ଶୀତର ପ୍ରଭାବ ଦେଖାଇବା ଆରମ୍ଭ କରିଛି । ଗତ କିଛି ଦିନ ହେଲା ତାପମାତ୍ରା ଖସୁଥିବା...

ଜଳିଗଲା ଯାତ୍ରୀବାହୀ ବସ୍‌

ଭବାନୀପାଟଣା,୯।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତି ପ୍ରାୟ ୯ଟାରେ ଏକ...

୫ ବର୍ଷ ପରେ ଆସିଲା ନାବାଳିକ ବଳାତ୍କାର ମାମଲାର ରାୟ

ଭବାନୀପାଟଣା,୯ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଞ୍ଚଳରେ ୨୦୧୯ରେ ହୋଇଥିବା ଜଣେ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ...

ନିଜକୁ ନିଜେ ଗୁଳି କଲେ ଯବାନ

ରାଉରକେଲା,୯।୧: ରାଉରକେଲାରେ ଗୁରୁବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କରିଛନ୍ତି ଜଣେ ସିଆଇଏସ୍‌ଏଫ୍‌ ଯବାନ। ତାଙ୍କୁ ଗୁରୁତର ଅବସ୍ଥାରେ...

ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ କଲା ପ୍ରେମିକ, ରଶି ଲଗାଇ ଆତ୍ମହତ୍ୟା କଲେ ଯୁବତୀ

ନିଶ୍ଚିନ୍ତକୋଇଲି,୯।୧(ଅଶୋକ କୁମାର ମହାପାତ୍ର): କଟକ ଜିଲା ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ପ୍ରେମିକାର ଅନ୍ତରଙ୍ଗ ମୂହୁର୍ତର ଫଟୋକୁ ସାମାଜିକ ଗଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri