ସ୍ରେଥା ଥାଭିସିନ୍‌ ହେବେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ୍‌,୨୩ା୮: ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥାକ୍‌ସିନ୍‌ ଶିନାଓ୍ବାତ୍ରାଙ୍କ ଥାଇ ପାର୍ଟି ମଙ୍ଗଳବାର ପାର୍ଲାମେଣ୍ଟ ଭୋଟରେ ବିଜୟୀ ହୋଇଛି। ମୋଟ ୭୨୭ ଏମ୍‌ପିଙ୍କ ମଧ୍ୟରୁ ୪୮୨ ଜଣ ରିଅଲ ଇଷ୍ଟେଟ୍‌ ବାଦଶାହା ସ୍ରେଥା ଥାଭିସିନ୍‌ଙ୍କ ସପକ୍ଷରେ ଭୋଟ ଦେଇଥିଲେ। ଫଳରେ ଗତ ମେ’ ମାସର ନିର୍ବାଚନ ପରେ ଲାଗିରହିଥିବା କଳ୍ପନାଜଳ୍ପନା, ଆଇନଗତ ଦ୍ୱନ୍ଦ୍ୱ ଏବଂ ଘୋଡ଼ାବେପାରର ଅନ୍ତ ଘଟିଛି। ଥାଭିସିନ୍‌ ଦେଶର ୩୦ତମ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଜାତୀୟ ନିର୍ବାଚନରେ ଅଧିକ ଭୋଟ ପାଇଥିବା ମୁଭ୍‌ ଫରଓ୍ବାର୍ଡ ପାର୍ଟି କ୍ଷମତା ଅକ୍ତିଆର କରିବାରେ ବିଫଳ ହୋଇଛି। ନିଜ ଦଳ କ୍ଷମତାକୁ ଫେରିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶିନାଓ୍ବାତ୍ରା ଦୀର୍ଘବର୍ଷର ଆତ୍ମନିର୍ବାସନରୁ ଫେରି ୮ ବର୍ଷ ପାଇଁ ଜେଲ ଯାଇଛନ୍ତି।

Share