Categories: ଖେଳ

ହାଇଦ୍ରାବାଦରେ ଏସଆରଏଚ-କେକେଆର ଲଢ଼େଇ…

ହାଇଦ୍ରାବାଦ,୪।୫ : ଆଇପିଏଲ ସିଜିନ ୧୬ର ୪୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର) ଗୁରୁବାର ସନ୍ଧ୍ୟା ସାଢ଼େ ଟାରେ ମୁହାଁମୁହିଁ ହେବେ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

ପଏଣ୍ଟ ଟେବୁଲରେ ଏସଆରଏଚ ନବମ ସ୍ଥାନରେ ରହିଛି। ୮ ମ୍ୟାଚରୁ ୩ ଜିତି ୫ ହାରି ଏହା ୬ ପଏଣ୍ଟ ହାସଲ କରିଛି। ଏହାର ରନ ରେଟ ମାଇନସ ୦.୫୭୭ ରହିଛି। ସେହିପରି କେକେଆର ଅଷ୍ଟମ ସ୍ଥାନରେ ରହିଛି। ୯ ମ୍ୟାଚରୁ ୩ ଜିତି ୬ ହାରି ଏହା ୬ ପଏଣ୍ଟ ହାସଲ କରିଛି। ଏହାର ରନ ରେଟ ମାଇନସ ୦.୧୪୭ ରହିଛି।

ସନରାଇଜର୍ସ ହାଇଦ୍ରାବାଦ ଦଳରେ ଆଡେନ ମାର୍କ୍ରାମ (ଅଧିନାୟକ), ହେନ୍ରିଚ କ୍ଲାସେନ (ଓ୍ବିକେଟକିପର), ମୟଙ୍କ ଅଗ୍ରୱାଲ, ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ହ୍ୟାରି ବ୍ରୁକ, ଅବଦୁଲ ସମଦ, ମୟଙ୍କ ମାର୍କାଣ୍ଡେ, ଭୁବନେଶ୍ୱର କୁମାର, ଅକଲ ହୋସେନ, ଉମରନ ମଲିକ, ମାର୍କୋ ଜନସେନ, ଟି ନାଟାରାଜମାନ, ଗ୍ଲେନ ଫିଲିପ୍ସ, ମାୟାନକ ଦାଗର, ସମାର୍ଥ ଭାୟା, ଅନମୋଲପ୍ରୀତ ସିଂ, ଆଦିଲ ରସିଦ, କାର୍ତ୍ତିକ ଟାୟାଗି, ଉପେନ୍ଦ୍ର ଯାଦବ, ସାନବୀର ସିଂ, ଫଜଲହକ ଫାରୁକି, ନୀତୀଶ ରେଡ୍ଡୀ ପ୍ରମୁଖ ଅଛନ୍ତି।

କୋଲକାତା ନାଇଟ ରାଇଡର୍ସ ଦଳରେ ରହମାନୁଲ୍ଲା ଗୁରୁବାଜ (ଓ୍ବିକେଟକିପର), ନୀତୀଶ ରାଣା (ଅଧିନାୟକ), ଏନ ଜଗଦିଶନ, ଭେଙ୍କଟେଶ ଆୟର, ରିଙ୍କୁ ସିଂ, ଆଣ୍ଡ୍ରେ ରସେଲ, ଡେଭିଡ ୱିସେ, ସୁନୀଲ ନାରିନ, ଶାର୍ଦ୍ଦୁଲ ଠାକୁର, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ,
ସୁୟାଶ ଶର୍ମା, ମନଦୀପ ସିଂ, ଜାସନ ରୟ, ଅନୁକୁଲ ରୟ, ଟିମ ସାଉଥୀ, ଉମେଶ ଯାଦବ, ଲକି ଫର୍ଗୁସନ, କୁଲୱନ୍ତ ଖେଜ୍ରୋଲିୟା, ବୈଭବ ଆରୋରା, ଆର୍ଯ୍ୟ ଦେଶାଇ ରହିଛନ୍ତି।

Share