Categories: ଖେଳ

ଅକ୍‌ଶନ ପରେ ସନରାଇଜର୍ସରୁ ଅଲଗା ହେଲେ କାଟିଚ

ବାଙ୍ଗାଲୁରୁ,୧୮।୨: ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ ଓ ଏହାର ଆସିଷ୍ଟାଣ୍ଟ କୋଚ୍‌ ସାଇମନ କାଟିଚ୍‌ ଅଲଗା ହୋଇଯାଇଛନ୍ତି। ଦେଶରେ କଡ଼ା ବାୟୋ ସିକ୍ୟୁରିଟି କଟକଣା ଓ ପାରିବାରିକ ସମସ୍ୟା କାରଣରୁ ଆଗାମୀ ଆଇପିଏଲ ଲାଗି ନିଜକୁ ଅନୁଉପଲବ୍ଧ କରିଛନ୍ତି କାଟିଚ୍‌।

“ ଆଇପିଏଲ ଓ ଏହା ପୂର୍ବରୁ ହେବାକୁ ଥିବା କ୍ୟାମ୍ପ ପାଇଁ ତାଙ୍କୁ ଏଠାରେ ଅଢ଼େଇ ମାସ ରହିବାକୁ ପଡ଼ିଥାନ୍ତା। ବାୟୋ ବବଲ କଟକଣାରେ ଏତେ ଦିନ ରହିବା କଷ୍ଟକର ବୋଲି ସେ ଅନୁଭବ କରୁଛନ୍ତି। ଏଥିସହିତ ସେ ତାଙ୍କର ପାରିବାରିକ ସମସ୍ୟା ସମ୍ପର୍କରେ ମଧ୍ୟ ଜଣାଇଥିଲେ। ଆମେ ତାଙ୍କ ଠାରୁ ଅଲଗା ହେବାକୁ ରାଜି। ଆମେ ଖୁବ୍‌ ଶୀଘ୍ର ତାଙ୍କ ରିପ୍ଲେସମେଣ୍ଟ ଘୋଷଣା କରିବୁ” ବୋଲି ହାଇଦ୍ରାବାଦ୍‌ ଫ୍ରାଞ୍ଚାଇଜ ପକ୍ଷରୁ କୁହାଯାଇଛି।

କାଟିଚ୍‌ଙ୍କୁ ଦୁଇ ମାସ ତଳେ ଆସିଷ୍ଟାଣ୍ଟ କୋଚ୍‌ ଭାବେ ନିଯୁକ୍ତ କରିଥିଲା ଏହି ଫ୍ରାଞ୍ଚାଇଜ। ଏଥି ପୂର୍ବରୁ ସେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସହ ଯୋଡ଼ି ହୋଇଥିଲେ।

Share