Categories: ଖେଳ

ହାଇଦ୍ରାବାଦରେ ଏସଆରଏଚ-ପିବିକେଏସ ଲଢ଼େଇ…

ହାଇଦ୍ରାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୪ ତମ ମ୍ୟାଚ ରବିବାର ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଏବଂ ପଞ୍ଜାବ କିଙ୍ଗ୍‌ସ(ପିବିକେଏସ )ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟା ଖେଳାଯିବ।

ଲଗାତାର ଦୁଇଟି ପରାଜୟ ପରେ ଅସୁବିଧାରେ ପଡ଼ିଥିବା ସନରାଇଜର୍ସ ହାଇଦ୍ରାବାଦ ରବିବାର ନିଜ ଘରୋଇ ଗ୍ରାଉଣ୍ଡରେ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ବିଜୟ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବ। ଏହାପୂର୍ବରୁ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୭୨ ରନରେ ପରାସ୍ତ କରିଥିବାବେଳେ ଲକ୍ଷ୍ନୌ ସୁପରଜିଆଣ୍ଟସ ପାଞ୍ଚ ୱିକେଟରେ ପରାସ୍ତ କରିଛି। ଗତ ଦୁଇ ସିଜିନରେ ପଏଣ୍ଟ ଟେବୁଲରେ ହାଇଦ୍ରାବାଦ ଅଷ୍ଟମ ସ୍ଥାନ ହାସଲ କରିଥିଲା ଏବଂ ଚଳିତ ସିଜନରେ ଭଲ ଆରମ୍ଭ ହେବାର ଆଶା ରଖିଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ।

ସନରାଇଜର୍ସ ହାଇଦ୍ରାବାଦ ପ୍ଲେଇଙ୍ଗ ୧୧ରେ ଅଭିଷେକ ଶର୍ମା, ମାୟାନକ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଆଡେନ ମାର୍କ୍ରାମ (ଅଧିନାୟକ), ହ୍ୟାରି ବ୍ରୁକ, ହେନ୍ରିଚ କ୍ଲାସେନ (ଓ୍ବିକେଟ କିପର), ୱାଶିଂଟନ ସୁନ୍ଦର, ଆଦିଲ ରସିଦ / ମାର୍କୋ ଜନସେନ, ଭୁବନେଶ୍ୱର କୁମାର, ଟି ନାଟାରାଜନ, ଉମରନ ମଲିକ ରହିଛନ୍ତି।

ସେହିପରି ପଞ୍ଜାବ କିଙ୍ଗ୍ସର ପ୍ଲେଇଙ୍ଗ ୧୧ରେ ଶିଖର ଧାୱନ (ଅଧିନାୟକ), ପ୍ରଭାସୀମ୍ରନ ସିଂ, ଭାନୁକା ରାଜପକ୍ସା, ଜିତେଶ ଶର୍ମା (ୱିକେଟ କିପର), ସିକନ୍ଦର ରଜା, ଶାହରୁଖ ଖାନ, ସାମ କରଣ, ହରପ୍ରୀତ ବରାଡ, ରାହୁଲ ଚହର, ନାଥନ ଏଲିସ, ଅର୍ଶଦୀପ ସିଂ ପ୍ରମୁଖ ଅଛନ୍ତି।

 

Share