Categories: ଖେଳ

ସନରାଇଜର୍ସ ଦଳରେ ନୂଆ ବିଦେଶୀ ଖେଳାଳି

ନୂଆଦିଲ୍ଲୀ,୧୧।୯: ସନରାଇଜର୍ସ ହାଇଦ୍ରାବଦ୍‌ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ଜନ୍ନି ବେଆରଷ୍ଟୋ ଚଳିତ ଆଇପିଏଲ୍‌ ସିଜନର ବଳକା ମ୍ୟାଚ୍‌ରୁ ଓହରି ଯାଇଛନ୍ତି। ତାଙ୍କ ବଦଳରେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଶେର୍ଫେନ ରଦରଫର୍ଡଙ୍କୁ ସାଇନ୍‌ କରିଛି ହାଇଦ୍ରାବାଦ୍‌ ଫ୍ରାଞ୍ଚାଇଜ।

ଏହି ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଆନ୍‌ ବ୍ୟାଟ୍ସମ୍ୟାନ ପୂର୍ବରୁ ଆଇପିଏଲ ଖେଳି ସାରିଛନ୍ତି। ୨୦୧୯ ଆଇପିଏଲରେ ମୁମ୍ବାଇ ଇଣ୍ଡିଆ ପାଇଁ ୭ ମ୍ୟାଚ୍‌ ଖେଳି ସେ ମାତ୍ର ୭୩ ରନ୍‌ କରିଥିଲେ। ପ୍ରଦର୍ଶନ ଭଲ ନ ଥିବାରୁ ତାଙ୍କୁ ମୁମ୍ବାଇ ୨୦୨୦ରେ ରିଟେନ କରି ନ ଥିଲା। ୨୩ ବର୍ଷୀୟ ରଦରଫର୍ଡ ଏବେ ସିପିଏଲ୍‌ରେ ସେଣ୍ଟ କିଟ୍ସ ଓ ନେଭିସ ପାଟ୍ରିଅଟ୍ସ ପାଇଁ ଖେଳୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ୭ ମ୍ୟାଚ୍‌ ଖେଳିଥିବା ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ୩ ଅର୍ଦ୍ଧଶତକ ସହ ୨୦୨ ରନ୍‌ କରିଛନ୍ତି।

Share