Categories: ଖେଳ

ଟସ୍‌ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ, ବ୍ୟାଟିଂ କରିବ…

ହାଇଦ୍ରାବାଦ,୨୪।୪: ଆଇପିଏଲ-୨୦୨୩ର ୩୪ ତମ ମ୍ୟାଚରେ ସୋମବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଖେଳାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ବୋଲିଂ କରିବ।

ମ୍ୟାଚରେ ଉଭୟ ଦଳ ପାଇଁ ବିଜୟ ଆବଶ୍ୟକ। ଦିଲ୍ଲୀ ଦଳ ପଏଣ୍ଟ ଟେବୁଲର ତଳେ ଅଛି । ୬ ଟି ମ୍ୟାଚରେ ଦଳ କେବଳ ଗୋଟିଏ ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ହାଇଦ୍ରାବାଦ ବିଷୟରେ କହିବାକୁ ଗଲେ ଦଳ ୨ ମ୍ୟାଚ ଜିତିଛି। ଯଦିଓ ଦଳର ଅବସ୍ଥା ଦିଲ୍ଲୀ ଅପେକ୍ଷା ଭଲ। ଏଭଳି ପରିସ୍ଥିତିରେ ଉଭୟ ଦଳ ବିଜୟ ଆଶା କରୁଛନ୍ତି।

Share