Categories: ଖେଳ

ହାଇଦ୍ରାବାଦକୁ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ

ମୁମ୍ବାଇ,୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳ ଜାରି ରହିଛି। ପ୍ରଥମେ ଟସ୍‌ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ନିମନ୍ତ୍ରଣ ପାଇଥିବା କୋଲକାତା ନିର୍ଦ୍ଧାରିତ ୨୦ ଓଭର ସୁଦ୍ଧା ୮ ଉଇକେଟ ୧୭୫ ରନ୍‌ କରିବାରେ ସଫଳ ହୋଇଛି। ଫଳରେ ହାଇଦ୍ରାବାଦକୁ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ମ୍ୟାଚ୍‌ରେ କୋଲକାତା ପକ୍ଷରୁ ଶ୍ରେୟସ ଆୟାର(୨୮), ନୀତିଶ ରାଣା(୫୪), ଆଣ୍ଡ୍ରେ ରସେଲ(୪୯) ପ୍ରମୁଖ ଭଲ ବ୍ୟାଟିଂ କରିଥିଲେ। ସେହିଭଳି ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ସର୍ବାଧିକ ୩ ଉଇକେଟ ଏବଂ ଉମ୍ରାନ ମଲ୍ଲିକ ୨ ଉଇକେଟ ନେବାରେ ସଫଳ ହୋଇଛନ୍ତି।

Share