Categories: ଖେଳ

୪ ୱିକେଟରେ ଜିତିଲା ଏସଆରଏଚ…

ଜୟପୁର,୭।୫ : ଆଇପିଏଲ ୨୦୨୩ର ୫୨ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ବିପକ୍ଷରେ  ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ୪ ୱିକେଟରେ ବିଜୟ ହାସଲ କରିଛି ।

ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଏସଆରଏଚ  ୨୦ ଓଭରରେ ୬ ୱିକେଟ ହରାଇ ୨୧୭ ରନ କରିଥିଲା ।

ଏସଆରଏଚ  ପକ୍ଷରୁ ଅନମୋଲପ୍ରୀତ ସିଂ ୩୩ ରନ କରିଥିବାବେଳେ ଅଭିଷେକ ଶର୍ମା ୫୫ ରନ, ରାହୁଲ ତ୍ରିପାଠୀ ୪୭ ରନ, ହେନରିଚ କ୍ଲାସେନ ୨୬ ରନ, ଆଡେନ ମାର୍କମ ୬ ରନ , ଗ୍ଲେନ ଫିଲିପ୍ସ ୨୫ ରନ, ମାର୍କୋ ଜାନସେନ ୩ ରନ, ଅବଦୁଲ ସମଦ ୧୭ ରନ କରିଥିଲେ ।

ରବିବାର ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ ଜିତି ଆରଆର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବାବେଳେ ଅଧିନାୟକ ଆଡେନ ମାର୍କ୍ରାମଙ୍କ ନେତୃତ୍ୱରେ ଏସଆରଏଚ ବୋଲିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଆରଆର ୨ ଓ୍ବିକେଟ ହରାଇ ୨୧୪ ରନ କରିଥିଲା। ଫଳରେ ଏସଆରଏଚ ପାଇଁ ବିଜୟ ଲକ୍ଷ୍ୟ ୨୧୫ ରନ ରହିଥିଲା।

ଆରଆର ପକ୍ଷରୁ ଜଶସ୍ବୀ ଜୈସ୍ବାଲ ୩୫ ରନ କରିଥିବାବେଳେ ଜୋସ ବଟଲର ୯୫ ରନ, ସଞ୍ଜୁ ସାମସନ ୬୬ ରନ ଏବଂ ସିମରନ ହେଟମେୟର ୭ ରନ କରିଥିଲେ।

Share