Categories: ଖେଳ

୮ ଓ୍ବିକେଟରେ ଜିତିଲା ଏସଆରଏଚ…

ହାଇଦ୍ରାବାଦ,୯।୪ : ଆଇପିଏଲ ସିରିଜ ୧୬ର ୧୪ ତମ ମ୍ୟାଚରେ ରବିବାର ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ପଞ୍ଜାବ କିଙ୍ଗ୍‌ସ(ପିବିକେଏସ ) ବିପକ୍ଷରେ ୭ ଓ୍ବିକେଟରେ ବିଜୟ ହାସଲ କରିଛି । ଧାର୍ଯ୍ୟ ୧୪୪ରନ ଲକ୍ଷ୍ୟର ପିଛା କରି ଏସଆରଏଚ  ୧୭.୧ ଓଭରରେ  ୨ ୱିକେଟ ହରାଇ ୧୪୫ ରନ  ସଂଗ୍ରହ କରିଥିଲା ।  ଏସଆରଏଚ ପକ୍ଷରୁ ହ୍ୟାରୀ ବ୍ରୁକ୍ ୧୩ ରନ କରିଥିବାବେଳେ ମୟଙ୍କ ଅଗ୍ରୱାଲ ୨୧, ରାହୁଲ ତ୍ରିପାଠି ୭୪, ଆଡେନ ମାର୍କ୍ରାମ ୩୭ ରନ କରିଥିଲେ ।

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମର  ମ୍ୟାଚରେ ଏସଆରଏଚ ଅଧିନାୟକ ଆଡେନ ମାର୍କ୍ରାମ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍‌ସ ବ୍ୟାଟିଂ କରିବାକୁ ପଡ଼ିଆ ଓହ୍ଲାଇ ଧାର୍ଯ୍ୟ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୩ ରନ କରିଥିଲା। ଫଳରେ ଏସଆରଏଚ ପାଇଁ ୧୪୪ ରନର ବିଜୟ ଲକ୍ଷ୍ୟ ରହିଥିଲା।

ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଶିଖର ଧାଓ୍ବନ ୯୯ ରନ କରିଥିବାବେଳେ ସାମ କ୍ୟୁରେନ ୨୨, ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚିପାରି ନ ଥିଲେ।

Share