Categories: ଖେଳ

୯ ରନରେ  ଜିତିଲା ଏସଆରଏଚ, ପୁଣି  ହାରିଲା ଡିସି…

ନୂଆଦିଲ୍ଲୀ,୨୯।୪ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୪୦ତମ ମ୍ୟାଚ  ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ସନରାଇ ଜର୍ସ ହାଇଦ୍ରାବାଦ(ଏସଆରଏଚ) ୯ ରନରେ ବିଜୟ ହାସଲ କରିଛି। ଡିସି ପୁଣି ହାରିଛି।

 

ମୂଳରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଡିସି ପକ୍ଷରୁ ଫିଲିପ ସଲ୍ଟ ୫୯ ରନ କରିଥିବାବେଳେ ମିଚେଲ ମାର୍ଶ ରନ ୬୩, ପ୍ରିୟମ ଗର୍ଗ ୧୨, ଅକ୍ଷର ପଟେଲ ୨୯, ରାଜପାଲ ପଟେଲ ୧୧ ରନ କରିଥିଲେ ।

 

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି  ମ୍ୟାଚରେ ଏସଆରଏଚ ଦଳ ଟସ ଜିତି ଅଧିନାୟକ ଇଡେନ ମାର୍କ୍ରାମଙ୍କ ନେତୃତ୍ୱରେ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଡିସି  ଦଳ ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କ  ନେତୃତ୍ୱରେ ବୋଲିଂ  କରିବା ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଏସଆରଏଚ ୬ ଓ୍ବିକେଟ ହରାଇ ୧୯୭ ରନ କରିଥିଲା। ଫଳରେ ଡିସି ପାଇଁ ବିଜୟ  ଲକ୍ଷ୍ୟ ୧୯୮ ରନ ରହିଥିଲା।

ଏସଆରଏଚ ପକ୍ଷରୁ ଅଭିଷେକ ଶର୍ମା ୬୭ ରନ କରିଥିବାବେଳେ ରାହୁଲ ତ୍ରିପାଠୀ ରନ ୧୦, ହେନରିଚ କ୍ଳାସେନ ୫୩ , ଅବଦୁଲ ସମଦ ୨୮, ଅକିଲ ହୋସେନ ୧୬ ରନ କରିଥିଲେ।

Share